BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Breaking News

ମଙ୍ଗଳବାର ବିଳମ୍ବିତ ରାତ୍ରୀରୁ ରାଜ୍ୟରେ ସମସ୍ତ ଜିଲ୍ଲାରେ ଲକ ଡାଉନ ଆରମ୍ଭ ହେଲା

FMODIA.IN 25-03-2020
Locks down in all districts of the state began late Tuesday night

ଭୁୁବନେଶ୍ୱର। କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କାକୁ ଆଖି ଆଗରେ ସାରା ରାଜ୍ୟରେ ଗତ ରାତ୍ରୀ ୧୨ଟାରୁ ଲକ ଡାଉନ ଘୋଷଣା କରା ଯାଇଛି । ଲକ ଡାଉନ ସମୟରେ ସମସ୍ତଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆ ଯାଇଛି । ଲକ ଡାଉନ ବେଳେ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ ବୋଲି କୁହା ଯିବା ସହ ଏହି ସମୟରେ ଅତ୍ୟାବଶ୍ୟକୀୟ ସେବାକୁ ଜାରୀ ରହିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆ ଯାଇଛି ।

ଉଲ୍ଲେଖନୀୟ ଯେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ପାଂଚଟି ଜିଲ୍ଲା ତଥା ୮ଟି ସହରରେ ଲକ ଡାଉନ ଘୋଷଣା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଯେଉଁ ଜିଲ୍ଲା ମାନଙ୍କରେ ଲକ ଡାଉନ ଘୋଷଣା କରା ଯାଇଥିଲା ସେଗୁଡିକ ମଧ୍ୟରେ ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲା ସାମିଲ ଥିଲା । ସେହିପରି ସମ୍ବଲପୁର, ଝାରସୁଗୁଡା, ବ୍ରଜରାଜନଗର ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଏବଂ ଯାଜପୁର ଟାଉନରେ ମଧ୍ୟ ଲକ ଡାଉନ ଘୋଷଣା କରା ଯାଇଥିଲା ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ଦିନ ରାଜ୍ୟ ସରକାର ଆଉ ୯ ଟି ଜିଲ୍ଲାରେ ଲକ୍ ଡାଉନ୍ ଘୋଷଣା କରିଥିଲେ । ଏହି ଜିଲ୍ଲା ଗୁଡିକ ହେଲା ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ା ।

ସେହିପରି ମଙ୍ଗଳବାର ରାତ୍ରୀରୁ ଯେଉଁ ଜିଲ୍ଲା ମାନଙ୍କରେ ଲକ ଡାଉନ ଘୋଷଣା କରା ଯାଇଛି ସେ ଗୁଡିକ ହେଲା ମୟୁରଭଂଜ,ବରଗଡ. କେନ୍ଦୁଝର, ଦେବଗଡ, ବଲାଙ୍ଗୀର, ସୁବର୍ଣପୁର, ସୁନ୍ଦରଗଡ, ଗଜପତି, କନ୍ଧମାଳ, ବୌଦ୍ଧ, କଲାହାଣ୍ଡି, ନୂଆପଡା, କୋରାପୁଟ, ରାୟଗଡା, ନବରଙ୍ଗପୁର,ମାଲକାନଗିରି ସାମିଲ ରହିଛି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in