BIG NEWS
ପରିବାରର ୪ ସଦସ୍ୟଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ରାଜ୍ୟରେ ବଢିବ ତାପମାତ୍ରା
Breaking News

ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ୧୪ରେ

FMODIA.IN 12-02-2020
Odisha budget session from February 14

ଭୁବନେଶ୍ୱର,୧୨ ଫେବୃୟାରୀ - ଆସନ୍ତା ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ କିପରି ଶାନ୍ତି ଶୃଙ୍ଖଳା ସହିତ ଚାଲିବ ସେଥିନେଇ ଆସନ୍ତା କାଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କର ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ବିଧାନସଭାରେ ଅପରାହ୍ନ ୪ଟ.୩୦ରେ ଅନୁିତ ହେବ । ଏହା ପରେ ଶାସକ ବିଜେଡ଼ି ବିଧାୟକ ଦଳର ବୈଠକ ଅନୁିତ ହେବ । ଏଥିରେ ବିରୋଧି ଦଳର କିପରି ମୁକାବିଲା କରାଯାଇ ପାରିବ ସେଥିନେଇ ରଣକୌଶଳ ସ୍ଥିର କରାଯିବ । ସେହିପରି ଅପରାହ୍ନ ସାଢେ଼ ଗୋଟାଏ ମୁଖ୍ୟ ବିରୋଧି ବିଜେପି ବିଧାୟକ ଦଳର ବୈଠକ ରାଜ୍ୟ ପାର୍ଟି ଅଫିସରେ ଅନୁିତ ହେବ । ରାଜ୍ୟର କେଉଁ ସବୁ ବିଷୟକୁ ପ୍ରସଂଗ କରାଯିବ ଏବଂ ଶାସକ ଦଳକୁ କିପରି ମୁକାବିଲା କରାଯିବ ସେ ସମ୍ପର୍କରେ ଆଲୋଚନା ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ସେହିପରି କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଚଳିତ ବିଧାନସଭା ଅଧିବେଶନରେ ଦଳ ପକ୍ଷରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ଇସୁ୍ୟ ଉପରେ ଟାର୍ଗେଟ କରିବେ । ଧାନ କିଣା, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ପି.ସି କାରବାର, ବିଜେଡ଼ି ବିଜେପିର ମଧୁର ସମ୍ପର୍କ ଏବଂ ରେଳ ଅନୁଦାନ ହ୍ରାସ କରିବା ସମେତ କେତେକ ଗୁରୁତର ବିଷୟକୁ ନେଇ ପ୍ରସଙ୍ଗ କରିବ ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in