BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Breaking News

ଓଡିଶା ମୋ ପରିବାର ଦ୍ୱାରା ତେଲେଙ୍ଗାନା ଇଟାଭାଟିରୁ ଉଦ୍ଧାର ହେଲେ ଶ୍ରମିକ

FMODIA.IN 16-02-2020

ଭୁବନେଶ୍ୱର, ୧୬ ଫେବୃଆରୀ : ଓଡିଶା ମୋ ପରିବାରର ହସ୍ତକ୍ଷେପ ପରେ ତେଲେଙ୍ଗାନାରେ ଇଟାଭାଟିରେ କାମ କରୁଥିବା ବଲାଙ୍ଗୀର ଜିଲ୍ଲର ୧୬ ଜଣ ଶ୍ରମିକ ଓ ସେମାନଙ୍କ ୫ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି । ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ଏହି ଶ୍ରମିକମାନେ ତେଲେଙ୍ଗାନାର ପେଡ଼ାପଲ୍ଲୀ ଜିଲ୍ଲା ବେଗମ ପେଟ ଗାଁରେ ଥିବା କାଟେ ପ୍ରଭାକର ନାମକ ଜଣେ ବ୍ୟକ୍ତିଙ୍କ ଇଟାଭାଟିରେ କାମ କରୁଥିଲେ । ଏଠାରେ ଶ୍ରମିକମାନଙ୍କୁ ନିର୍ଯାତନା ଦିଆଯିବା ସହ ଦୁଇ ମାସ ହେଲା ପାଉଣା ମିଳୁନଥିଲା । ଏପରିକି ସେମାନଙ୍କ କୁନି କୁନି ପିଲାଙ୍କୁ ଜବରଦସ୍ତି କାମରେ ଲଗାଯାଉଥିଲା । ଏଭଳି ଘଟଣା ହେଲ୍ପଲାଇନ ମାଧ୍ୟମରେ ଓଡ଼ିଶା-ମୋ ପରିବାରର ସଂଯୋଜକ ଅରୂପ ପଟ୍ଟନାୟକଙ୍କ ଦୃଷ୍ଟିକୁ ଆସିବା ପରେ ଏ ସଂକ୍ରାନ୍ତରେ ସେ ଆନ୍ଧ୍ରର ପୂର୍ବତନ ପୋଲିସ ମହାନିଦେ୍ର୍ଧଶକ ଏସ .ଏ ହୁଡ୍ଡାଙ୍କ ସହ ଯୋଗାଯୋଗ କରିଥିଲେ । ଶ୍ରୀ ହୁଡ୍ଡା ହେଉଛନ୍ତି ଖୋରଧା ଜିଲ୍ଲାର । ଏଥିସହିତ ଶ୍ରୀ ପଟ୍ଟନାୟକ ଜିଲ୍ଲାପାଳ ଏବଂ ଓଡ଼ିଶାର ଶ୍ରମ କମିଶନରଙ୍କୁ ଏ ଘଟଣାରେ ପଦକ୍ଷେପ ନେବାକୁ କହିଥିଲେ । ଏହାପରେ ତେଲେଙ୍ଗାନାର ଏହି ଇଟାଭାଟି ଉପରେ ବେଗମ ପେଟର ଏସ ପି ସଦଳବଳ ଚଢ଼ାଉ କରିବା ସହିତ ଛୋଟ ଛୋଟ ପିଲାଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଥିଲେ । ଆଜି ଶ୍ରମ ଇନ୍ସପେକ୍ଟର ସ୍ଥାନୀୟ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ସେମାନଙ୍କ ସମସ୍ୟା ଓ ବାକିଆ ପାଉଣା ସଂକ୍ରାନ୍ତରେ ଟିକିନିଖି ପଚରା ଉଚରା କରାଯାଉଛି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in