ସନ୍ଧ୍ୟାରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟିବ ଓଡିଶା ରେଲୱେ ଗୃହ କମିଟି

FMODIA.IN 11-02-2020
Odisha Railway House committee to meet union railway minister in the evening

- ପ୍ରଦାନ କରିବେ ସ୍ମାରକ ପତ୍ର

ଭୁବନେଶ୍ୱର, 11 ଫେବୃଆରୀ : ମଙ୍ଗଳବାର ସଂଧ୍ୟାରେ ରେଲୱେ ଗୃହ କମିଟିର ସଦସ୍ୟ ମାନେ ଦିଲ୍ଲୀସ୍ଥିତ ରେଳଭବନଠାରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସହିତ ସାକ୍ଷାତ ଆଲୋଚନା କରିବେ । ଗୃହ କମିଟିର ଅଧ୍ୟକ୍ଷ ତଥା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ 14 ଜଣ ବିଧାୟକ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟିବେ । ଓଡ଼ିଶାରେ ରେଳ ସଂପ୍ରସାରଣ ଓ ଉନ୍ନତିକରଣ ଉପରେ ଏକ ସ୍ମାରକ ପତ୍ର (ମେମୋରାଣ୍ଡମ୍) କେନ୍ଦ୍ର ରେଳ ମନ୍ତ୍ରୀଙ୍କ ପ୍ରଦାନ କରିବେ ବୋଲି ଜଣା ପଡିଛି । ଗୃହ କମିଟିରେ ଥିବା ବିଜେପି ସଦସ୍ୟ ମାନେ ଏଥିରେ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।