BIG NEWS
ବିଦ୍ୟାଳୟ କର୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧୀକାର କମିଶନ ପଠାଇଲେ ନୋଟିସ
ଦିଲ୍ଲୀ ସିଏଏ ସମର୍ଥକ ଓ ବିରୋଧୀଙ୍କ ହିଂସାକାଣ୍ଡରେ ମୃତ୍ୟୁ ସଂଙ୍ଖ୍ୟା ୧୩କୁ ଛୁଇଁଲା ,ଦେଖିବା ମାତ୍ରେ ଗୁଳି ପାଇଁ ନିର୍ଦ୍ଦେଶ
ଭାରତ-ଆମେରିକା ସମ୍ପର୍କ ଏକବିଂଶ ଶତାବ୍ଦୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରିତା : ପ୍ରଧାନମନ୍ତ୍ରୀ
Breaking News

ଓଡ଼ିଶାରେ ଓବିସି କମିଶନ ପ୍ରତିଷ୍ଠା ଦାବିରେ ଓବିସି କମିଶନଙ୍କୁ ସ୍ମାରକପତ୍ର

FMODIA.IN 11-02-2020
Odisha samajwadi party demanded formation of  obc commission

ଭୁବନେଶ୍ୱର, ୧୧ ଫେବୃଆରୀ - ଓଡିଶାରେ ଓବିସି କମିଶନ ପ୍ରତିଷ୍ଠା ଦାବିରେ ସାମାଜିକ ନ୍ୟାୟ ସାମ୍ମୁଖ୍ୟ ପକ୍ଷରୁ ଓଡ଼ିଶା ଗସ୍ତରେ ଆସିଥିବା ଜାତୀୟ ପଛୁଆବର୍ଗ କମିଶନଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ସାମୁଖ୍ୟର ଆବାହକ ରବି ବେହେରାଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଥିବା ଏହି ସ୍ମାରକପତ୍ରରେ କମିଶନ ପ୍ରତିଷ୍ଠା ବ୍ୟତୀତ ରାଜ୍ୟରେ ପଛୁଆବର୍ଗଙ୍କ ପାଇଁ ନାମଲେଖା ଓ ନିଯୁକ୍ତି କ୍ଷେତ୍ରରେ ୨୭ ଭାଗ ସଂରକ୍ଷଣ ପ୍ରଦାନ କରିବା ପଛୁଆବର୍ଗ ଅର୍ଥ ନିଗମକୁ ସକ୍ରିୟ କରି ଏହି ବର୍ଗର ବେକାରଙ୍କୁ ଆତ୍ମନିଯୁକ୍ତି ପାଇଁ ସ୍ୱଳ୍ପସୁଧରେ ଋଣ ପ୍ରଦାନ କରିବା , ପଛୁଆବର୍ଗ କ୍ରିମ୍ଲେଆରଙ୍କର ବାର୍ଷିକ ଆୟ ୮ ରୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା , ଜନଗଣନାରେ ଜାତି ଭିତିକ ଜନଗଣନାକୁ ସ୍ଥାନିତ କରିବା, ୨୦୦୮ ମସିହାରେ ଓଡ଼ିଶା ବିଧାନସଭାରେ ପାରିତ ଓଡ଼ିଶା ପଛୁଆବର୍ଗ ସଂରକ୍ଷଣ ଆଇନ୍କୁ ସମ୍ବିଧାନର ୯ମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ଏବଂ ଉତରାଖଣ୍ଡ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ଏକ ରିଭ୍ୟୁ ପିଟିସନ୍ ଦାଖଲ କରି ଓ.ବି.ସି., ଏସ୍.ସି/ଏସ୍.ଟି ସଂରକ୍ଷଣକୁ ନିଶ୍ଚିତ କରିବାକୁ ଏହି ସ୍ମାରକ ପତ୍ରରେ ଦାବି କରାଯାଇଛି ।

ଏହି ପ୍ରତିନିଧି ଦଳରେ ସୁଦର୍ଶନ ପ୍ରଧାନ, ସଞ୍ଜୟ ନାୟକ, ବିଚିତ୍ରାନନ୍ଦ ଖୁଂଟିଆ, ରୀତା ପଟ୍ଟନାୟକ ଓ ନରେଶ ବେହେରା ପ୍ରମୁଖସାମିଲ ଥିଲେ । କମିଶନ ସାମ୍ମୁଖ୍ୟର ନେତୃବର୍ଗଙ୍କଠାରୁ ଯୁକ୍ତି ଶୁଣି ସାରିଲା ପରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଆଇନ୍ ଅନୁଯାୟୀ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିନିଧିଙ୍କୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in