ଦ୍ୱିତୀୟ ବିମଷ୍ଟେକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ-୨୦୨୦ର ଶୁଭାରମ୍ଭ

FMODIA.IN 11-02-2020
Second BIMSTECK programme started by Naveen patnaik

ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର, 11 ଫେବୃଆରୀ- ଦ୍ୱିତୀୟ ବିମଷ୍ଟେକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ-୨୦୨୦ର ଭୁବନେଶ୍ୱର ଠାରେ ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରେ ଏକ ହୋଟେଲରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ।

ବାଂଲାଦେଶ, ଭାରତ, ମିଆଁମାର, ଶ୍ରୀଲଙ୍କା ଓ ନେପାଳ ଭଳି ପାଂଚଟି ଦେଶର ପ୍ରତିନିଧି ମାନେ ଏଥିରେ ସାମିଲ ହୋଇଛନ୍ତି ।

ତିନି ଦିନ ଧରି ଚାଲିବାକୁ ଥିବା ଏହି ଅଭ୍ୟାସ କାର୍ଯକ୍ରମର ଦ୍ୱିତୀୟ ଦିନ ଅର୍ଥାତ ବୁଧବାର ଦିନ ଗୃହରାଷ୍ଟ୍ର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ କ୍ଷେତ୍ରୀୟ ତାଲିମ ଅଭ୍ୟାସ ଶିବିରକୁ ଫେବୃଆରୀ ୧୨ ତାରିଖରେ କୋଣାର୍କ, ରାମଚଣ୍ଡୀ ଠାରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ଅଭ୍ୟାସର ଥିମ ରହିଛି ଭୂମିକମ୍ପ ଓ ବନ୍ୟା ତଥା ବାତ୍ୟା ଦ୍ୱାରା ଭୀଷଣ କ୍ଷତିଗ୍ରସ୍ତ ହେଉଥିବା ଐତିହ୍ୟସ୍ଥଳୀର ସୁରକ୍ଷା ।