BIG NEWS
ବିଦ୍ୟାଳୟ କର୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧୀକାର କମିଶନ ପଠାଇଲେ ନୋଟିସ
ଦିଲ୍ଲୀ ସିଏଏ ସମର୍ଥକ ଓ ବିରୋଧୀଙ୍କ ହିଂସାକାଣ୍ଡରେ ମୃତ୍ୟୁ ସଂଙ୍ଖ୍ୟା ୧୩କୁ ଛୁଇଁଲା ,ଦେଖିବା ମାତ୍ରେ ଗୁଳି ପାଇଁ ନିର୍ଦ୍ଦେଶ
ଭାରତ-ଆମେରିକା ସମ୍ପର୍କ ଏକବିଂଶ ଶତାବ୍ଦୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରିତା : ପ୍ରଧାନମନ୍ତ୍ରୀ
Breaking News

ଦ୍ୱିତୀୟ ବିମସ୍ ଟେକ୍ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

FMODIA.IN 11-02-2020
Seconf BIMSTEC Disaster management Excercise inaugurated by naveen patnaik

ଭୁବନେଶ୍ୱର, ୧୧ ଫେବୃଆରୀ - ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ବହୁ ଆଗରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଦ୍ୱିତୀୟ ବିମସ୍ ଟେକ୍ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ କାର୍ଯ୍ୟକ୍ରମକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତିି ।

୧୮୯୧ ଠାରୁ ଓଡିଶା ଏପର୍ଯ୍ୟନ୍ତ ୧୦୦ଟି ବାତ୍ୟାର ସମ୍ମୁଖୀନ ହୋଇଛି । ଏହିସବୁ ବାତ୍ୟାର ଅନୁଭୂତିକୁ ନେଇ ଏହାର ମୁକାବିଲା କରିବାରେ ପ୍ରାୟତଃ ସଫଳ ହୋଇଛି । ୧୯୯୯ ବାତ୍ୟା ପରେ ଓଡିଶାରେ ଏକ୍ଷେତ୍ରରେ ସତର୍କ ହୋଇ ରହିଛି । ଜିରୋ କାଜୁଆଲଟି ହେବା ପାଇଁ ପୂର୍ବାନୁମାନ ସ୍ଥିତି ଉପରେ ଗୁରୁତ୍ୱ ଦିଆଯାଇଛି । ବିପର୍ଯ୍ୟୟ ପରିଚାଳନା ପାଇଁ ଓଡିଶାରେ ସ୍ୱତନ୍ତ୍ର ଫୋର୍ସ ଗଠନ କରାଯାଇଛି । ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ତାଲିମ୍ ମଧ୍ୟ ଦିଆଯାଉଛି ।

ଆସନ୍ତା ଫେବୃଆରୀ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର-ପୁରୀ ଠାରେ ହେବାକୁ ଥିବା ଏହି ଅଭ୍ୟାସର ବିଷୟ ରହିଛି ଭୂମିକମ୍ପ ଓ ବନ୍ୟା ତଥା ବାତ୍ୟା ଦ୍ୱାରା ଭୀଷଣ କ୍ଷତିଗ୍ରସ୍ତ ହେଉଥିବା ଐତିହ୍ୟସ୍ଥଳୀର ସୁରକ୍ଷା । ମଙ୍ଗଳବାର ଏହା ଉଦଘାଟିତ ହେବା ପରେ ଆସନ୍ତାକାଲି କୋଣାର୍କ ସ୍ଥିତ ରାମଚଣ୍ଡୀ ତଟରେ ଜଳଜ ବିପର୍ଯ୍ୟୟ ପ୍ରତିକ୍ରିୟା ଦ୍ୱାରା ଐତିହ୍ୟସ୍ଥଳୀର ସୁରକ୍ଷା ଉପରେ କ୍ଷେତ୍ର ତାଲିମ ଅଭ୍ୟାସ ଏବଂ ଫେବୃଆରୀ ୧୩ରେ ଜାତୀୟ ବିପର୍ଯ୍ୟୟ ସମୟରେ ଏହି ଅଭ୍ୟାସ ଫଳରେ ଜାତୀୟ, ଆନ୍ତର୍ଜାତୀୟ, ପ୍ରାଦେଶିକ, ଜିଲ୍ଲା ଓ ସ୍ଥାନୀୟ ସଂସ୍ଥାମାନଙ୍କୁ ସାମିଲ କରି ସମନ୍ୱୟ ରକ୍ଷା କରିବା ଦିଗରେ ପ୍ରୟାସ ଜାରି ରଖିବ ।

ଏହି ଉଦ୍ଦେଶ୍ୟରେ ପୁରୀ ରାମଚଣ୍ଡୀ ଠାରେ ଏକ ଅଭ୍ୟାସ ଗ୍ରାମ ସ୍ଥାପନ କରାଯାଇଛି ଯେଉଁଠାରେ ଐତିହ୍ୟ କ୍ଷୟକ୍ଷତି ସ୍ଥଳକୁ ବିଶେଷ ଧ୍ୟାନ ଦେବା ସହିତ ସେଠାରେ କିପରି ଜଳୀୟ, ବିପର୍ଯ୍ୟୟର ମୁକାବିଲା କରିହେବ ତାହାର ମଧ୍ୟ ଅଭ୍ୟାସ କରାଯିବ । ଏହି ଅଭ୍ୟାସ, ବିପର୍ଯ୍ୟୟ ସମୟର ଏକ ବାସ୍ତବିକ ରୂପରେଖ ପ୍ରଦାନ କରିବ, ଯାହା ଦ୍ୱାରା ସିଂକ ବିପର୍ଯ୍ୟୟ ସମୟରେ ସଦସ୍ୟ ରାଷ୍ଟ୍ରମାନଙ୍କୁ ନେଇ ବିପର୍ଯ୍ୟୟ ମୁକାବିଲା କରିବାକୁ ଏକ ସୁନ୍ଦର ଯୋଜନା ପ୍ରସ୍ତୁତ କରିହେବ ।

ସଭ୍ୟ ରାଷ୍ଟ୍ର ବାଂଲାଦେଶ, ଭାରତ, ମିଆଁମାର, ଶ୍ରୀଲଙ୍କା ଓ ନେପାଳ ଏ ଅଭ୍ୟାସରେ ଭାଗ ନେଉଥିବାବେଳେ ଭୁଟାନ ଓ ଥାଇଲାଣ୍ଡ ଏଥିରୁ ବିରତ ରହିଛନ୍ତି ।

ଏହି ଉଦଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ , ପୋଲିସ୍ ଡିଜି ଶ୍ରୀ ଅଭୟ , ଏନଡିଆରଏଫ୍ ଡିଜି ସତ୍ୟ ନାରାୟଣ ପ୍ରଧାନ ଙ୍କ ସମେତ ବିଭିନ୍ନ ରାଷ୍ଟ୍ର୍ରର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in