BIG NEWS
ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର

କରୋନାରେ ୧୭ ଜଣଙ୍କର ମୃତ୍ୟୁ

FMODIA.IN 07-11-2020
Sixteen people were killed in the crash

ଭୁବନେଶ୍ୱର, ୦୭ ନଭେମ୍ବର ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୧୭ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪୧୦ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ଖୋର୍ଧା ଜିଲ୍ଲାର ୩ ଜଣ ଥିବା ବେଳେ କଟକ, ମୟୁରଭଂଜ, ସମ୍ବଲପୁର ଓ ବରଗଡ ଜିଲ୍ଲାର ୨-୨ ଜଣ ଅଛନ୍ତି । ଏହା ବାଦ, ପୁରୀ, ବାଲେଶ୍ୱର,କୋରାପୁଟ,କଳାହାଣ୍ଡି, କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାର ଜଣେ ଜଣେ ଅଛନ୍ତି ।