BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବାହାର ରାଜ୍ୟରୁ ଆସିଥିବା ୭୮ ହଜାରରୁ ଅଧିକ ଲୋକଙ୍କ ଉପରେ ନଜର ରଖିବେ ସରପଂଚ

FMODIA.IN 25-03-2020
The sarpanch will monitor more than 4,000 people from outside the state

ଭୁବନେଶ୍ୱର, ୨୫ ମାର୍ଚ୍ଚ - କୋଭିଡ୍-୧୯ ସଂକ୍ରମଣ ପରି ସଙ୍ଗୀନ ଅବସ୍ଥା ଜାରି ରହିଛି । ଏହି ଅବଧି ମଧ୍ୟରେ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ସମୁଦାୟ ୭୮ ହଜାର ୨୩୩ ଜଣ ବ୍ୟକ୍ତି ଆସିଛନ୍ତି । ଏହି

ବ୍ୟକ୍ତିମାନଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ମୁକ୍ତ ରଖିବା ସହିତ ସେମାନଙ୍କ ସ୍ୱାସ୍ଥାବସ୍ଥା ସଂପର୍କରେ ସଠିକ୍ ଜାଣିବା ପାଇଁ ସଙ୍ଗରୋଧର ଆବଶ୍ୟକତା ରହିଛି । ସେହି ଦୃଷ୍ଟିରୁ ସେମାନଙ୍କୁ ହୋମ୍ କ୍ୱାରାଂଟାଇନ୍ରେ ରହିବା ପାଇଁ ସବୁମତେ ପ୍ରୋତ୍ସାହିତ କରିବାକୁ ଗ୍ରାମପଂଚାୟତ ସରପଂଚମାନଙ୍କୁ ଦାୟିତ୍ୱ ଦିଅ ।ଯାଇଛି ।

ଅନୁରୂପ ଭାବରେ ରାଜ୍ୟର ସମସ୍ତ ପଂଚାୟତ ସମିତି ଓ ଜିଲ୍ଲା କର୍ତୃପକ୍ଷଙ୍କୁ ହୋମ୍ କ୍ୱାରାଂଟାଇନ୍ ମାର୍ଗଦର୍ଶିକା କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଗଞ୍ଜାମ ଜିଲା୍ଲ କୁ ବାହାରୁ ସର୍ବାଧିକ ୧୧୦୫୪ ଜଣ ବ୍ୟକ୍ତି ଆସିଥିବାବେ ଳେ ନବରଙ୍ଗପୁର ଜିଲ୍ଲାକୁ ସର୍ବନିମ୍ନ ୪୦୭ ଜଣ ବ୍ୟକ୍ତି ଆସିଛନ୍ତି । ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲାକୁ ୬୪୪୨, କଳାହାଣ୍ଡି ଜିଲ୍ଲାକୁ ୪୪୪୮, କେନ୍ଦ୍ରାପଡ଼ା ଜିଲ୍ଲାକୁ ୪୩୧୮, ଫୁଲବାଣୀ ଜିଲ୍ଲାକୁ ୪୩୦୬, ପୁରୀ ଜିଲ୍ଲାକୁ ୩୬୮୮ ଓ କଟକ ଜିଲ୍ଲାକୁ ୩୬୦୪ ଜଣ, ମାଲକାନଗିରି ଜିଲ୍ଲାକୁ ୩୮୫୨ ଓ ମୟୂରଭଞ୍ଜ ଜିଲ୍ଲାକୁ ୩୩୨୬ ଜଣ ବ୍ୟକ୍ତି ଆସିଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲାକୁ ୨୦୭୪, ଯାଜପୁର ଜିଲ୍ଲାକୁ ୨୦୨୮, ଅନୁଗୋଳ ଜିଲ୍ଲାକୁ ୧୦୬୭, ବରଗଡ଼ ଜିଲ୍ଲାକୁ ୧୫୭୬, ଖୋର୍ଦ୍ଧା ଜିଲ୍ଲାକୁ ୨୪୧୨, ଢେଙ୍କାନାଳ ଜିଲ୍ଲାକୁ ୧୦୨୧, ଗଜପତି ଜିଲ୍ଲାକୁ ୨୮୪୯, ଜଗତସିଂହପୁର ଜିଲ୍ଲାକୁ ୧୭୩୮, ଭଦ୍ରକ ଜିଲ୍ଲାକୁ ୧୯୭୨, କେଉଁଝର ଜିଲ୍ଲାକୁ ୧୯୪୫, କୋରାପୁଟ ଜିଲ୍ଲାକୁ ୨୨୩୮, ନୂଆପଡ଼ା ଜିଲ୍ଲାକୁ ୧୯୧୦, ନୟାଗଡ଼ ଜିଲ୍ଲାକୁ ୨୧୧୫, ରାୟଗଡ଼ା ଜିଲ୍ଲାକୁ ୨୩୬୯, ସମ୍ବଲପୁର ଜିଲ୍ଲାକୁ ୧୦୨୦, ସୋନପୁର ଜିଲ୍ଲାକୁ ୧୧୦୨, ସୁନ୍ଦରଗଡ଼ ଜିଲ୍ଲାକୁ ୧୨୦୧ ଜଣ ବ୍ୟକ୍ତି ଆସିଛନ୍ତି । ବୌଦ୍ଧ ଜିଲ୍ଲାକୁ ୧୦୧୩, ଦେବଗଡ଼ ଜିଲ୍ଲାକୁ ୫୭୦ ଓ ଝାରସୁଗୁଡ଼ା ଜିଲ୍ଲାକୁ ୫୬୮ ଜଣ ବ୍ୟକ୍ତି ଆସିଛନ୍ତି ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in