ଓଡିଶାରେ ରହିଛି କରୋନାର ୫ ପ୍ରକାର ଭୂତାଣୁ

FMODIA.IN 01-08-2020
There are five types of coronavirus in Odisha

ଭୁବନେଶ୍ୱର, ୦୧ ଅଗଷ୍ଟ - ଓଡିଶାରେ କରୋନାର ୫ ପ୍ରକାର ଭୁତାଣୁ ଚିହ୍ନଟ ହୋଇଛି । ରାଜ୍ୟରେ କରୋନାର ୧୯-ଏ, ୧୯ ବି , ୨୦-ଏ, ୨୦-ବି ଓ ୨୦-ସି ଭୁତାଣୁ ରହିଛନ୍ତି । ଭୂତାଣହ୍ର ପ୍ରକାର ଚିହ୍ନଟ ହେବା ପରେ ଭ୍ୟାକ୍ସିନ୍ ନିର୍ମାଣ ସୁବିଧା ହେବ । ଶନିବାର ଦିନ ଆରଏମଆରସି ଏବଂ ଆଇଏଲଏସ ପକ୍ଷରୁ ଅନୁଷ୍ଠିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡା ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଓଡିଶାରେ ଜିନମ ସର୍ଭେରୁ କରୋନାର ଏହି ୫ ପ୍ରକାର ଭୂତାଣୁ ଠାବ ହୋଇଛି । ଦେଶର ୧୩ ରାଜ୍ୟରୁ ଓଡିଶାର ୧୮ଟି ଜିଲ୍ଲାକୁ ଆସିଥିବା ପ୍ରବାସୀଙ୍କୁ ଠାରୁ ୨୨୫ ନମୂନା ସଂଗ୍ରହ କରାଯାଇ ଜିନମ ଷ୍ଟଡି କରାଯାଇଥିଲା । ଆରଏମଆରସି ଓ ଆଇଏଲଏସ ଷ୍ଟଡିରୁ ଜଣାପଡିଛି ିଚହ୍ନଟ ହୋଇଥିବା ଭୂତାଣୁ ମଧ୍ୟରୁ ୨୦-ସି ଭୁତାଣୁ କେବଳ ଓଡିଶାରେ ସ୍ଥାନୀୟ ବିବର୍ତନରୁ ସୃଷ୍ଟି ହୋଇଛି ଏବଂ ଏହି ୨୦-ସି ଭୁତାଣୁ ଓଡିଶାରୁ ଅନ୍ୟ ରାଜ୍ୟକୁ ବ୍ୟାପି ନାହିଁ । ଅନ୍ୟପଟେ ୧୯-ଏକୁ ଉହାନ ଭୁତାଣୁ ଭାବେ ଚିହ୍ନଟ କରାଯାଉଛି । ୧୯-ବି ଭୁତାଣୁ ୟୁରୋପ ଓ ଦକ୍ଷିଣ-ପୂର୍ବ ଏସିଆରୁ ଆସିଥିବା ଜଣାପଡିଛି । ତେବେ କେଉଁ କାରଣରୁ ୨୦-ସି, ଭୁତାଣୁ କେବଳ ଓଡିଶାରେ ରହିଛି, ଅନ୍ୟପଟେ କାହିଁକି ସଂକ୍ରମିତ ହୋଇପାରି ନାହିଁ, ସେ ଉପରେ ଅଧିକ ଗବେଷଣା କରାଯାଉଛି । ଜୁନ ୧୮ ପରେ ଆରଏମଆରସି ଓ ଆଇଏଲଏସର ମିଳିତ ଉଦ୍ୟମରେ ସଂଗ୍ରହ କରାଯାଇଥିବା ନମୂନା ଉପରେ ଏବେ ଅଧିକ ଗବେଷଣ କରାଯାଉଛି ବୋଲି ଶ୍ର୍ରୀ ପରିଡା କହିଛନ୍ତି ।