ବିଜେଡ଼ି ବିଧାୟକ ଦଳର ବୈଠକ

FMODIA.IN 13-02-2020
Bjd lagislature party meeting held

ଭୁବନେଶ୍ୱର, ୧୩ ଫେବୃୟାରୀ - ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଆର୍ଥିକ ଓ ସାମାଜିକ ପଛୁଆ ବର୍ଗଙ୍କ ପାଇଁ ଜାତିଭିତିକ ଜନଗଣନା କରାଯିବା ପାଇଁ ଗୃହରେ ପ୍ରସ୍ତାବ ଗ୍ରହଣ କରାଯିବ ବୋଲି ବିଜେଡ଼ି ବିଧାୟକ ଦଳର ବୈଠକରେ ସ୍ଥିର ହୋଇଛି ।

ଆସନ୍ତା କାଲି ଶୁକ୍ରବାର ଦିନ ଓଡ଼ିଶା ବିଧାନସଭାର ବଜେଟ୍ ଅଧବେଶନ ଆରମ୍ଭ ହେବାକୁ ଯାଉଥିବାରୁ ଆଜି ଗୁରୁବାର ଦିନ ବିଜେଡ଼ି ବିଧାୟକ ଦଳର ବୈଠକ ଅନୁିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁିତ ଏହି ବୈଠକରେ ରାଜ୍ୟର ସ୍ୱାର୍ଥ ଜନିତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ଓଡ଼ିଶାକୁ ମିଳୁଥିବା କେନ୍ଦ୍ରୀୟ ଅନୁଦାନ ହ୍ରାସ କରାଯିବା କ୍ଲିନ ଏନର୍ଜି ସେସ୍ ର ଅଂଶଧନ ଆମକୁ ନ ଦେବା ଏବଂ ବିରୋଧି ଦଳ ଯେଉଁ ସବୁ ପ୍ରସଂଗ ଉଠାଇବେ ତା ଉପରେ ଆଲୋଚନା କରିବା ପାଇଁ ନିଷ୍ପତି ନିଆଯାଇଛି । ଆସନ୍ତା କାଲି ଆରମ୍ଭ ହେବାକୁ ଯାଉଥିବା ଏହି ଅଧିବେଶନରେ ୩୧ଟି କାର୍ଯ୍ୟ ଦିବସ ରହିଛି । ଏପ୍ରିଲ ୯ ତାରିଖରେ ଶେଷ ହେବ । ୧୮ ତାରିଖ ଦିନ ବଜେଟ୍ ଉପସ୍ଥାପନ ହେବ । ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା କରିବା ପାଇଁ ୧୪ ଦିନ ରଖାଯାଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ । ଏକ ପ୍ରଶ୍ନର ଉତର ଦେଇ କହିଥିଲେ ଯେ, କେନ୍ଦ୍ର ସରକାର କ୍ଲିନ ଏନର୍ଜି ସେସରୁ ୫୫ ରୁ ୬୦ ହଜାରକୋଟି ଟଙ୍କା ପାଉଥିଲା ବେଳେ ଓଡ଼ିଶାକୁ ସେ ବାବଦରେ ମିଳୁନାହିଁ । ବିଲ୍ ଆସିଥିବା ସମ୍ପର୍କିତ ପ୍ରଶ୍ନର ଉତର ଦେଇ ସେ କହିଥିଲେ ଯେ, ବର୍ତମାନ ସୁଦ୍ଧା କୌଣସି ବିଲ୍ ଆସିନାହିଁ । ବିଧାନସଭା ଚାଲିଥିଲା ବେଳେ ବିଲ୍ ଆସିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଅନ୍ୟ ପକ୍ଷରେ ଏହି ବୈଠକରେ ବିଧାୟକ ମାନେ ଏମଏଲଏ ଲ୍ୟାଡ଼ ପାଣ୍ଠିର ପରିମାଣକୁ ୧ କୋଟିରୁ ୩ କୋଟି ଟଙ୍କା ବୃଦ୍ଧି କରିବା, ବ୍ଲକ୍ ଗ୍ରାଂଟ ସ୍କୁଲକୁ ବିଲଡିଂ ଗ୍ରାଂଟ ଦେବା, ବନ୍ଦ ହୋଇଥିା ବିଜୁ ସ୍ପେଶାଲ ପକ୍କା ଘର ଯୋଜନାରେ ପ୍ରତି ନିର୍ବାଚନ ମଣ୍ଡଳୀକୁ ଘର ଯୋଗାଇ ଦେବା ପାଇଁ ଦାବି କରିଥିଲେ । ଓବିସି କମିଶନ ଗଠନ ପାଇଁ ଏକ ମୁଖ୍ୟମନ୍ତ୍ରୀ ଐତିହାସିକ ପଦକ୍ଷେପ ନେଇଥିବାରୁ ପ୍ରଶଂସା କରିଥିଲେ ।