BIG NEWS
ବିଦ୍ୟାଳୟ କର୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧୀକାର କମିଶନ ପଠାଇଲେ ନୋଟିସ
ଦିଲ୍ଲୀ ସିଏଏ ସମର୍ଥକ ଓ ବିରୋଧୀଙ୍କ ହିଂସାକାଣ୍ଡରେ ମୃତ୍ୟୁ ସଂଙ୍ଖ୍ୟା ୧୩କୁ ଛୁଇଁଲା ,ଦେଖିବା ମାତ୍ରେ ଗୁଳି ପାଇଁ ନିର୍ଦ୍ଦେଶ
ଭାରତ-ଆମେରିକା ସମ୍ପର୍କ ଏକବିଂଶ ଶତାବ୍ଦୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରିତା : ପ୍ରଧାନମନ୍ତ୍ରୀ
Breaking News

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ମହିଳା ସୁରକ୍ଷା, ପିଏମ ଆବାସ ଘୋଟାଲା ଆଦି ପ୍ରସଙ୍ଗରେ ଶାସକ ଦଳକୁ ଘେରିବ ବିଜେପି

FMODIA.IN 13-02-2020
Bjp to gherao Odisha govt over law and order situation in Odisha

ଭୁବନେଶ୍ୱର, ୧୩ ଫେବୃଆରୀ ଆସନ୍ତାକାଲି ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ରାଜ୍ୟ ବିଜେପି ବିଧାୟକ ଦଳ ବୈଠକ ବିଧାୟକ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସଭାପତିତ୍ୱରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଚଳିତ ବିଧାନସଭା ଅଧିବେଶନରେ ବିଶେଷ କରି ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା, ଆବାସ ଯୋଜନାରେ ବ୍ୟାପକ ଅନିୟମିତତା, ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା, ରେଳ ବିସ୍ତାର ପାଇଁ ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ , ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ମହିଳା ସୁରକ୍ଷା, ସୂଚନା ଅଧିକାର କର୍ମୀଙ୍କୁ ଯୋଜନା ବଦ୍ଧ ହତ୍ୟା ଆଦି ଅନେକ ପ୍ରସଙ୍ଗରେ ଶାସକ ଦଳକୁ କାଠ ଗଡାରେ ଛିଡା କରିବା ବୋଲି ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି ।

ଏହା ବ୍ୟତୀତ ମଣ୍ଡି ସମସ୍ୟା , ଟୋକନ ଓ ଟାର୍ଗେଟ୍ ବ୍ୟବସ୍ଥାରେ ଅନିୟମିତତା , ଫସଲର ଅଭାବୀ ବିକ୍ରୀ ଆଦିକୁ ମଧ୍ୟ ବିଜେପି ବିଧାନସଭାରେ ପ୍ରସଙ୍ଗ କରିବ । ସେହିପରି ଉପାର ୧୦ ବର୍ଷ ଶାସନରେ ଓଡିଶାକୁ ମାତ୍ର ୪୨୩୨ କୋଟି ଟଙ୍କା ଦିଆଯାଇଥିବା ବେଳେ ମୋଦିି ସରକାରରେ ୬ ବର୍ଷରେ ମୋଟ ୩୦ ହଜାର ୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୫ ହଜାର ୨୯୬ କୋଟି ଟଙ୍କା ଅନୁଦାନ ଦିଆଯାଇଛି । ମାତ୍ର ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା କାରଣରୁ ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ ଓ ଆଇନଶୃଙ୍ଖଳା ପରିସ୍ଥିତି ସମସ୍ୟା ଯୋଗୁଁ ରେଳ ପ୍ରକଳ୍ପ କାମ ଦୀର୍ଘ ଦିନ ଅଟକି ରହୁଛି ବୋଲି ଶ୍ରୀ ମାଝୀ କହିଛନ୍ତି ।

ଏହି ଅବସରରେ ଉପନେତା ବିଷ୍ଣୁ ସେଠୀ, ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନଓ ମହାନ୍ତିଙ୍କ ସମେତ ଦଳର ସମସ୍ତ ବିଧାୟକ ଓ ବିଧାୟିକା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in