ଅମର ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

FMODIA.IN 01-08-2020

ଈୁବନେଶ୍ୱର, ୦୧ ଅଗଷ୍ଟ ବରିଷ୍ଠ ରାଜନେତା ତଥା ରାଜ୍ୟସଭା ସାଂସଦ ଅମର ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ବରିଷ୍ଠ ରାଜନେତା ତଥା ରାଜ୍ୟସଭା ସାଂସଦ ଅମର ସିଂହଙ୍କ ବିୟୋଗ ଖବର ପାଇ ସେ ଦୁଃଖିତ । ସେ ତାଙ୍କର ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ।