BIG NEWS
ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦେଲେ ଉଦବୋଧନ,କହିଲେ ସିଏଏର କେଉଁ ଧାରାରେ ନାଗରିକତା ସମାପ୍ତ କରିବାର ରହିଛି ବ୍ୟବସ୍ଥା ଜବାବ ଦିଅନ୍ତୁ ବିରୋଧି
Breaking News

ରାଜ୍ୟର ଗୁରୁତ୍ୱ ପୂର୍ଣ୍ଣ ଘଟଣାବଳୀକୁ ନେଇ ପ୍ରସଂଗ କରିବ କଂଗ୍ରେସ

FMODIA.IN 13-02-2020
congress to take up important  issues during odisha assembly session

ଭୁବନେଶ୍ୱର, ୧୩ ଫେବୃୟାରୀ - ଚାଷୀମାନେ ଧାନର ସହାୟକ ଦର ଓ ଟୋକନ ନ ପାଇବା, ବିଭିନ୍ନ ଆଳରେ ସେମାନଙ୍କୁ କ୍ୱିଂଟାଲ ପିଛା ୨ କେଜିରୁ ୧୨ କେଜି, କେତେକ ସ୍ଥଳରେ ୧୫ କେଜି ଧାନ କଟାଯାଇ ସେମାନଙ୍କୁ ଶୋଷଣ କରାଯିବାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ ବିଧାୟକ ଦଳରେ ସ୍ଥିର ହୋଇଛି ।

ଆଜି ବିଧାନସଭା ଅଧିବେଶନ ପୂର୍ବରୁ କଂଗ୍ରେସ ବିଧାୟକ ଦଳର ବୈଠକ ବିଧାନସଭା ପରିସର ମଧ୍ୟରେ ଅନୁିତ ହୋଇଥିଲେ । ଏହି ଘଟଣା ଉପରେ ବିଧାୟକ ମାନେ ଉଦବେଗ ପ୍ରକାଶ କରିଥିଲେ । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ରାଜ୍ୟରେ ଦେଖାଦେଇଥିବା ଆଇନ ଶୃଙ୍ଖଳାର ବିପର୍ଯ୍ୟସ୍ତ, ନାରୀ ଓ ନାବାଳିକା ଦୁଷ୍କର୍ମ, ଚୋରୀ, ଡକାୟତି ବୃଦ୍ଧି ପାଇବା, ଗଣତାନ୍ତ୍ରିକ ଆନେ୍ଦାଳନକୁ ପୁଲିସ ମାଧ୍ୟମରେ ଦବାଇବା ନେଇ ଗୃହରେ ପ୍ରସଂଗ କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ । ଏହା ବ୍ୟତୀତ ପି.ସି କାରବାର ଚରମ ସୀମାରେ ପହଂଚିବା ଏବଂ ସରକାରୀ କଳ ଏଥିରେ ଭାଗୀଦାରୀ ରହିବା, ବେକାରୀ ଦାଦନ ସମସ୍ୟା ଉକ୍ରଟ ହେବା, ଗ୍ରାମାଂଚଳରେ ଗରୀବ ଲୋକ ମାନଙ୍କୁ କାମ ଯୋଗାଇ ଦେଇ ନ ପାରିବା, ବର୍ଷାରେ ନଷ୍ଟ ହୋଇଥିବା ଘର, ବାଳିଚର ଚାଷ ଜମିର କ୍ଷତିପୂରଣ ନ ଦେବା ଘଟଣାକୁ ନେଇ ମଧ୍ୟ ପ୍ରସଙ୍ଗ କରାଯିବ ।

ଆଜିର ବୈଠକରେ ସମସ୍ତ ସଦସ୍ୟଙ୍କ ମଧ୍ୟ କିଛି ବିଧାୟକ ଉପସ୍ଥିତ ଥିଲେ । ଆସନ୍ତା କାଲି ପୁନର୍ବାର ବିଧାୟକ ଦଳର ବୈଠକ ବସିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in