BIG NEWS
ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର

କଂଗ୍ରେସର କ୍ଷେତି ବଂଚାଅ ଯାତ୍ରା ଆସନ୍ତା ୯ରେ

FMODIA.IN 07-11-2020

ଭୁବନେଶ୍ୱର ପିସିସି ପକ୍ଷରୁ ଆଗାମୀ ୯ ତାରିଖ ସୋମବାର ଦିନ କ୍ଷେତି ବଂଚାଅ ଯାତ୍ରା ପରିପ୍ରେକ୍ଷୀରେ ଏକ ଟ୍ରାକ୍ଟର ରାଲି ଅନୁଷ୍ଠିତ ହେବ । ସେହିପରି ୧୩ ତାରିଖ ଦିନ ପଣ୍ଡିତ ନେହେରୁଙ୍କ ଉପରେ ଏକ ଆଲୋଚନା ଚକ୍ର ଓ ୧୪ ତାରିଖ ଦିନ ସାମାଜିକ ଗଣମାଧ୍ୟମରେଝକ୍ଟ୍ରରବଳଟକ୍ଟ୍ରୠକ୍ଟକ୍ସଚଝଟଗ୍ଦ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାପାଇଁ ନିଷ୍ପତି ନିଆଯାଇଛି ।

ରାଜ୍ର କଂଗ୍ରେସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ କାର୍ଯ୍ୟକ୍ରମ ଆସନ୍ତା ୯ ତାରିଖ ଦିନ ସକାଳ ୯ ଟାରେ ଭୁବନେଶ୍ୱର କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରୁ ଏକ ଟ୍ରାକ୍ଟର ରାଲି ବାହାରି କଟକ ଜିଲ୍ଲା ଅନ୍ତର୍ଗତ ପ୍ରତାପନଗରୀ ନିକଟସ୍ଥ ଧାକୁଲେଇ ମନ୍ଦିର, ୪୨ ମୌଜା ଓ ପ୍ରେସଛକ ଦେଇ ଶକ୍ତିନଗରସ୍ଥ କଟକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପଂହଚିବ । ଏହି ରାଲିରେ ଓଡିଶା କଂଗ୍ରେସ ପ୍ରଭାରୀ, ସାଂସଦ ଡ. ଏ. ଚେଲାକୁମାର, ପିସିିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ରଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କର ୧୩୧ ତମ ଜନ୍ମବାର୍ଷିକୀର ପୂର୍ବଦିନ ଅର୍ଥାତ୍ ନଭେମ୍ବର ୧୩ ତାରିଖ ଦିନ ପିସିସି ପକ୍ଷରୁ ନେହେରୁଜୀଙ୍କ ଆଦର୍ଶ ଓ ରାଷ୍ଟ୍ରଗଠନ ସଂପର୍କରେ ଏକ ଆଲୋଚନା ଚକ୍ର ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବକ୍ତା ଦାସ ବେନହୁର ଯୋଗଦେଇ ନେହେରୁଜୀଙ୍କ ଜୀବନାଦର୍ଶ ସଂପର୍କରେ ଉଦ୍ବୋଧନ ଦେବେ । ସେହିପରି ୧୪ ତାରିଖ ନେହେରୁଜୀଙ୍କ ଜୟନ୍ତୀ ଦିନ ନେହେରୁଙ୍କ ଦ୍ୱାରା ସ୍ୱାବଲମ୍ବୀ ଭାରତ ଗଠନ ସଂପର୍କରେ ଝକ୍ଟ୍ରରବଳଟକ୍ଟ୍ରୠକ୍ଟକ୍ସଚଝଟଗ୍ଦ ଶୀର୍ଷକ ଉପରେ ସାମାଜିକ ଗଣମାଧ୍ୟମ (ଟ୍ୱିଟର, ଫେସ୍ବୁକ୍, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ୍) ମାଧ୍ୟମରେ ଏକ ବିଶାଳ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ସରକାର ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକୁ ଘରୋଇକରଣ କରୁଥିବା ଚେଷ୍ଟା ବିରୁଦ୍ଧରେ ସ୍ୱର ଉତୋଳନ କରାଯିବା ପାଇଁ ନିଷ୍ପତି ନିଆଯାଇଛି ।

ଏହି କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ସଫଳ କରିବାପାଇଁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି, ସାଂସଦ ଓ ବିଧାୟକ, ସାଂସଦ ଓ ବିଧାୟକ ପ୍ରାର୍ଥୀ, ଛାମୁଆ ସଂଗଠନ, ପ୍ରକୋଷ୍ଠ ଓ ବିଭାଗର କର୍ମକର୍ତା, ପୂର୍ବତନ ସାଂସଦ ଓ ବିଧାୟକ, ବରିଷ୍ଠ କଂଗ୍ରେସ ନେତୃବୃନ୍ଦମାନଙ୍କ ନିର୍ଦ୍ଦେଶ ଦେଇଛନ୍ତି ।