BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Breaking News

କରୋନା ମୁକାବିଲା: ଓଡିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ନିବେଦନ

FMODIA.IN 24-03-2020
Dharmendra's plea to Chief Minister to implement Ayushman Yojana in Odisha

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୪ ମାର୍ଚ୍ଚ - କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ କୋଭିଡ୍-୧୯ ବା କରୋନା ଚିକିତ୍ସା ସାମିଲ୍ ହେବା ନେଇ ନ୍ୟାସନାଲ ହେଲଥ୍ ଅଥରିଟି ଏହି ନିଷ୍ପତି ନେଇଛି । ଫଳରେ ଏହି ଯୋଜନା ଅଧୀନରେ ଗରିବ ଶ୍ରେଣୀର ଲୋକେ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇପାରିବେ । ଏହି ପରିପ୍ରେକ୍ଷୀରେ ଓଡିଶାରେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପିଲ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶ ସହ ଓଡ଼ିଶା କରୋନା ପାଇଁ ଅଭାବନୀୟ ପରିସ୍ଥିତି ସାମ୍ନା କରୁଛି । କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ସୁରକ୍ଷା ପାଇଁ ଉଦ୍ୟମ କରୁଛନ୍ତି । ଏଭଳି ଘଡ଼ିସନ୍ଧି ମୁହତର୍ତ୍ତରେ ଓଡ଼ଇାଙ୍କୁ ଚିକିତ୍ସା ପାଇଁ ସହଯୋଗ ଜରୁରୀ । ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାକୁ ଓଡିଶାରେ ଲାଗୁ କରନ୍ତୁ ବୋଲି ଧର୍ମେନ୍ଦ୍ର ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in