BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ କୋର୍ଟରେ ମାମଲା

FMODIA.IN 13-10-2020
FIR lodged against mla and minister in Puri

ପୁରୀ, ୧୩ ଅକ୍ଟୋବର - ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶବ ସଂସ୍କାର ପାଇଁ ଗତ ୪ ତାରିଖ ଦିନ ସ୍ୱର୍ଗଦ୍ୱାରକୁ ଅଣାଯାଇଥିଲା । ସେଠାରେ କରୋନା ପଜେଟିଭ୍ ଥାଇ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଉପସ୍ଥିତ ଥିବାରୁ ସେଠାରେ ସଂକ୍ରମଣର ଆଶଙ୍କା ରହିଛି ବୋଲି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ସମୁଦ୍ର କୂଳ ଥାନା ଓ ଭୁବନେଶ୍ୱର ଖାରବେଳ ନଗର ଥାନାରେ ଏତଲା କରିଥିଲେ । ଆଜି ପୁରୀ ଉପଖଣ୍ଡସ୍ତରୀୟ ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ମାମଲା ରୁଜୁ କରିଥିବା ସେ କହିଛନ୍ତି । ମନ୍ତ୍ରୀ ଓ ବିଧାୟକଙ୍କ ବିରୁଦ୍ଧରେ ସଂକ୍ରାମକ ରୋଗ ଆଇନ ଓ ଭାରତୀୟ ପିଙ୍ଗଳ କୋର୍ଡର ଦଫା ୧୪୭, ୧୪୮, ୨୬୯, ୨୭୦, ୨୭୧, ୩୦୭, ୧୪୯ ଦଫାରେ ମାମଲା ରୁଜୁ କରିବାକୁ ସେ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି । ସତ୍ୟବାଦୀ ବିଧାୟକ ଶତାଧିକ ସମର୍ଥକଙ୍କ ସହ ଆସି କୋଭିଡ୍ ଗାଇଡ ଲାଇନ୍ ଭଙ୍ଗ କରିଥିବା ସେ ଅଭିଯୋଗ କରିଛନ୍ତି । ସମୁଦ୍ର କୂଳ ଥାନାରେ ଏତଲା ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆବେଦନକାରୀ କୋର୍ଟରେ ମୋକଦ୍ଦମା ଦାଖଲ କରିଥିବା କହିଛନ୍ତି ।

ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ବିଧାୟକ, ମନ୍ତ୍ରୀ ଏବଂ ସେମାନଙ୍କ ସମର୍ଥକଙ୍କ ବିରୁଦ୍ଧରେ ଉଚିତ୍ ଦଣ୍ଡ ବିଧାନ ଆଦେଶ ଦେବା ପାଇଁ ସେ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି ।