ବିଧାୟକଙ୍କ ଦ୍ବାରା ନୂତନ ଆଲୋକୀକରଣ ବ୍ୟବସ୍ଥାର ଉଦ୍ଘାଟନ

FMODIA.IN 26-07-2020
Legislator unveils new lighting system

ନୂଆପଡା, ୨୬ ଜୁଲାଇ - ନୂଆପଡା ଜିଲ୍ଲା ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଦ୍ୱାରା ନୂତନ ଆଲୋକୀକରଣ ବ୍ୟବସ୍ଥାର ଶୁଭ ଉଦ୍ଘାଟନ ଖଡିଆଳ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ହୋଇଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ସମସ୍ତ ୱାର୍ଡ ସହ ଖଡିଆଳ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ସହର ପର୍ଯ୍ୟନ୍ତ ଆଲୋକୀକରଣ କରାଯିବ । ଗ୍ରୀନ ଫିଲ୍ଡ ଏନେର୍ଜି ନାମକ ଘରୋଇ ସଂସ୍ଥା ଦ୍ୱାରା ୧୦୦୦ ଗୋଟି ଉନ୍ନତ ଧରଣର ଲାଇଟ ଲଗାଯିବ ବୋଲି ସୂଚନା ମିଳିଛି । ଏହି ଉଦ୍ଘାଟନ ସମୟରେ ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ସାହୁ, ଏନଏସି ଜେଇ ତାମ୍ରଧ୍ୱଜ ମାଝୀ, ସନ୍ତୋଷ ପଟ୍ଟନାୟକ, ସତପାଳ ସିଂ ଛାବଡା, ବିଭୂଦତ ଯୋଷୀ, ହିରାଧର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।