ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କଲେ ନିରଂଜନ

FMODIA.IN 25-03-2020
Niranjan donated Rs 10 lakh to the Chief Minister's Relief Fund

ଭୁବନେଶ୍ୱର, ୨୫ ମାର୍ଚ୍ଚ - କରୋନା ଭାଇରସ୍ ବା କୋଭିଡ୍ -୧୯ ନିୟନ୍ତ୍ରଣ ପାଇଁ ରାଜ୍ୟ ପିସିସି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିଙ୍କୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଏକ ପତ୍ର ଲେଖି କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଗୁଡିକୁ ସ୍ୱାଗତ କରିଛନ୍ତି । ରାଜ୍ୟ ସରକାରଙ୍କ ସହିତ ସାଧାରଣ ଜନତା ମଧ୍ୟ ସହଯୋଗର ହାତ ବଢାଇଲେ ଆହୁରି ଅନେକ ପଦକ୍ଷେପ ନେଇହେବ ବୋଲି ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି ।