ଧ୍ରୁବଙ୍କୁ ନେଇ ଯୁବକଂଗ୍ରେସ ଶସ୍ତା ରାଜନୀତି ବନ୍ଦ କରୁ ; ଯୁବବିଜେଡି

FMODIA.IN 31-07-2020

ପଟ୍ଟାମୁଣ୍ଡାଇ, 31 ଜୁଲାଇ : କଂଗ୍ରେସଦଳ ନିଜ ଅପକର୍ମ ପାଇଁ ସାରା ଭାରତରୁ ନିଶ୍ଚିର୍ଣ୍ଣ ହେବାକୁ ବସିଥିବାବେଳେ ଓଡିଶାରେ ସତା ହରାଇ ବସିଛି । ରାଜନଗର ସମେତ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଆସନରେ ଶୋଚନୀତ ପରାଜୟ ବରଣ କରିଥିବା କଂଗ୍ରେସ କୌଣସି ଶିକ୍ଷା ଲାଭ ନକରି ଯୁବକଂଗ୍ରେସ ନାଁରେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କୁ ନେଇ ଯେଉଁ ଶସ୍ତା ରାଜନୀତି ଚଳାଇଛି ପଟ୍ଟାମୁଣ୍ଡାଇ ଯୁବବିଜେଡି ତାର କଡା ଜବାବ ଦେବ ବୋଲି ନଗର ଯୁବବିଜେଡି ସଭାପତି ମିଟୁ ମନୋଜ ନାୟକ ପ୍ରକାଶ କରିଛନ୍ତି । ନଗର ଯୁବବିଜେଡି ସଭାପତି ଶ୍ରୀନାୟକ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, ଦେଉଳି ଅଚଂଳର ଜନୈକ ଯୁବକ ଉପରେ ପୋଲିସ କାର୍ଯ୍ୟାନୁାନ ଘଟଣାରେ ରାଜନୈତିକ ଉଦେ୍ଧଶ୍ୟ ରଖି ବିଧାୟକଙ୍କୁ ଯୋଡି ଯୁବକଂଗ୍ରେସ ବିବୃତି ଦେବା ଦୁର୍ଭାଗ୍ୟଜନକ । କାରଣ କଂଗ୍ରେସନେତା ଅଂଶୁମାନ ମହାନ୍ତି ବିଧାୟକ ଥିବା ସମୟରେ ପୋଲିସ ଦ୍ୱାରା ହେଉଥିବା ସମସ୍ତ ନିର୍ଯ୍ୟାତନା କଣ ତାଙ୍କ ନିଦେ୍ର୍ଧଶରେ ହେଉଥିଲା ବୋଲି ଧରାଯିବ କି ବୋଲି ଯୁବବିଜେଡି ସଭାପତି ପ୍ରଶ୍ନ କରିବା ସହିତ ଯୁବକଂଗ୍ରେସ ଶସ୍ତା ରାଜନୀତି ବନ୍ଦ ନକଲେ କଡା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।