BIG NEWS
ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର

୬ ବର୍ଷରେ ୭୨ ହଜାର କୋଟି ଟଙ୍କା ହରାଇଛି ଓଡିଶା : କଂଗ୍ରେସ

FMODIA.IN 02-11-2020

ଭୁବନେଶ୍ୱର, ୦୨ ନଭେମ୍ବର |୨୦୧୪ ମସିହାରୁ ଓଡିଶାରେ ନମୋ ଅର୍ଥାତ୍ ନବୀନ - ମୋଦିଙ୍କ ଅଘୋଷିତ ମେଂଟ ସରକାର ରାଜ୍ୟ ରାଜକୋଷକୁ ୭୨ ହଜାର କୋଟିର କ୍ଷତି ପହଂଚାଇଥିବା ଅଭିଯୋଗ କରିଛି କଂଗ୍ରେସ । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍ଗୋ କହିଥିଲେ ଯେ ଗତ କିଛି ବର୍ଷ ଭିତରେ ମୋଦିଙ୍କର ପ୍ରତ୍ୟେକ ନିଷ୍ପତିକୁ ନବୀନ ବାବୁ ଓ ତାଙ୍କ ଦଳ ଖୋଲାଖୋଲି ସମର୍ଥନ ଜଣାଉଛନ୍ତି । ଏ ଭିତରେ ଓଡିଶାର ଋଣ ପରିମାଣ ୧ ଲକ୍ଷ ୨୫ ହଜାର କୋଟିରେ ପହଂଚିଲାଣି । ଓଡିଶାର କେବିକେ ଯୋଜନାକୁ ମୋଦି ସରକାର ବନ୍ଦ କଲେ । ରାଜ୍ୟର କିରୋସିନି କୋଟାକୁ କେନ୍ଦ୍ର କମାଇ ଦେଲା, କିନ୍ତୁ ନବୀନ ବାବୁ ଚୁପ୍ ।
ଏହା ବ୍ୟତୀତ ଓଡିଶାର ସାମ୍ବିଧାନିକ ହକ୍ ଜିଏସ୍ଟି ବାବଦରେ ୨୦୧୯-୨୦ ମସିହା ପାଇଁ ଏ ପର୍ଯ୍ୟନ୍ତ ୮୦୦ କୋଟି ଟଙ୍କା କେନ୍ଦ୍ର ଦେଇନାହିଁ । ୨୦୨୦-୨୧ ମସିହା ପାଇଁ ଏପ୍ରିଲ୍ରୁ ଜୁଲାଇ ମଧ୍ୟରେ ଓଡିଶା ଜିଏସ୍ଟି ବାବଦକୁ ୩୬୪୭ କୋଟି ଟଙ୍କା କେନ୍ଦ୍ର ଠାରୁ ପାଇବାର ଅଛି । କିନ୍ତୁ ନବୀନ ବାବୁ ଏ ବିଷୟରେ କେନ୍ଦ୍ର ସମ୍ମୁଖରେ କୌଣସି ଦାବି ନ ଜଣାଇ ପୁନର୍ବାର ଋଣ କରିବା ପାଇଁ ନିଜର ସମ୍ମତି ପ୍ରଦାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କେନ୍ଦ୍ରର ସମଗ୍ର ଦେଶ ପାଇଁ ୩୬୪୦୦ କୋଟି ଟଙ୍କା ମଧ୍ୟରୁ ଓଡିଶାକୁ କେତେ ମିଳିଲା ସେ ବିଷୟରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସାମ୍ନାରେ ତଥ୍ୟ ରଖିବା ପାଇଁ ଶ୍ରୀ କାନୁନ୍ଗୋ ଆହ୍ୱାନ ଦେଇଛନ୍ତି । ବିଗତ ୬ ବର୍ଷ ଧରି ଲୁହାପଥର ରୟାଲିଟିର ଦର ବୃଦ୍ଧି କରାଗଲା ନାହିଁ ଓ ଏ ବାବଦରେ ରାଜ୍ୟ ପାଖାପାଖି ୪ ହଜାର କୋଟି ଟଙ୍କା ହରାଇଲା । ଠିକ୍ ସେହିଭଳି କୋଇଲା ରୟାଲିଟିର ଦର ବିଗତ ୬ ବର୍ଷ ଧରି ପୁନଃସମୀକ୍ଷା କରାଯାଇନାହିଁ, ଯାହା ପାଇଁ ଓଡିଶା ପାଖାପାଖି ୧୨ ହଜାର କୋଟି ଟଙ୍କାର କ୍ଷତି ସହିଛି । ଏତଦ୍ବ୍ୟତୀତ ନ୍ୟାସନାଲ୍ କ୍ଲିନ୍ ଏନର୍ଜି ଫଣ୍ଡ ବାବଦକୁ ଯେଉଁ ସେସ୍ ଆଦାୟ ହେଉଛି ସେଥିରୁ ଓଡିଶାର ଅଂଶ ବାବଦକୁ ରାଜ୍ୟ ବର୍ଷକୁ ପାଖାପାଖି ୮ ହଜାର କୋଟି ଟଙ୍କା ହରାଉଛି ।

ସମଦୂରତାର କଥା କହୁଥିବା ନବୀନ ବାବୁ ନିଜର ଦଳୀୟ ସ୍ୱାର୍ଥ ପାଇଁ କେନ୍ଦ୍ର ବିଜେପି ସରକାର ସମ୍ମୁଖରେ ଓଡିଶାର ନ୍ୟାଯ୍ୟ ଦାବି ଓ ହକ୍କୁ ଉଥାପ୍ନ କରିବାରେ ସଂପୂର୍ଣ୍ଣ ରୂପେ ଫେଲ୍ ମାରିଛନ୍ତି ବୋଲି ସେ ଅଭିଯାଗ କରିଛନ୍ତି ।