BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Breaking News

ପୋଲିସ୍ ଓ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

FMODIA.IN 24-03-2020
The Chief Minister thanked the police and electricity department staff

ଭୁବନେଶ୍ୱର , ୨୪ ମାର୍ଚ୍ଚ - କୋଭିଡ୍-୧୯ ଲକ୍ ଡାଉନ୍ ପରିପ୍ରେକ୍ଷୀରେ ନିରନ୍ତର କାର୍ଯ୍ୟ କରୁଥିବା ପୋଲିସ୍ ଓ ବିଦ୍ୟୁତ ବିଭାଗର ସମସ୍ତ ପଦାଧିକାରୀ ଓ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ଏଥି ସହିତ ଆଗକୁ ମଧ୍ୟ ସମସ୍ତେ ଏହିପରି ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବେ ଏବଂ ସରକାରଙ୍କ ଦୃଢ଼ ପଦକ୍ଷେପକୁ ସଫଳ କରିବାରେ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ା

ସେ ଆହୁରି କହିଛନ୍ତି ଯେ ଓଡ଼ିଶା ସରକାର ଏକ ନିର୍ଦ୍ଦେଶନାମା ବଳରେ ଏମ୍ଏଲ୍ଏ-ଲ୍ୟାଡ୍ ଫଣ୍ଡ-୧୯୯୭ର ମଞ୍ଜୁରୀ ପାଇଁ ରହିଥିବା ନିୟମାବଳୀ ଓ ପଦ୍ଧତିରେ କୋଭିଡ୍-୧୯କୁ ପ୍ରତିହତ କରିବା ପାଇଁ ବିଭିନ୍ନ କାର୍ଯ୍ୟକଳାପ ନିମନ୍ତେ ଆବଶ୍ୟକୀୟ ମାନବସମ୍ବଳ ସୁବିଧା, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ନିମନ୍ତେ ସାମଗ୍ରୀ ସଂଗ୍ରହଣ, ସ୍ୱାସ୍ଥ୍ୟ ଶିବିର ପାଇଁ ଶୌଚାଳୟ ସମେତ ବିଭିନ୍ନ ଭିତିିଭୂମି ନିର୍ମାଣ, ରୋଗୀମାନଙ୍କ ପରିବହନ ପାଇଁ ଆମ୍ବୁଲନ୍ସ ଏବଂ ଅନ୍ୟାନ୍ୟ ଯାନବାହନ ବନ୍ଦୋବସ୍ତ, ଖାଦ୍ୟ, ପାନୀୟ ଜଳ, ପରିଚ୍ଛନ୍ନତା ଏବଂ କର୍ମଚାରୀ ନିୟୋଜନ ତଥା ଆଇସୋଲେସନ୍ ସେଂଟରଗୁଡ଼ିକ ପାଇଁ ବିଭିନ୍ନ ସୁବିଧା ସକାଶେ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିଛନ୍ତି ।

ଯେଉଁ କର୍ମଚାରୀମାନଙ୍କର ବଦଳି କରାଯାଇଛି ସେମାନେ ତୁରନ୍ତ ୪୮ ଘଂଟା ମଧ୍ୟରେ ନୂତନ କାର୍ଯ୍ୟସ୍ଥଳୀରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାର ବ୍ୟତିକ୍ରମ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଓଡ଼ିଶା ସରକାର ଏକ ବିଜ୍ଞପ୍ତି ବଳରେ ରାଜ୍ୟରେ ଚାଲିଥିବା ସମସ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖିଛନ୍ତି । କେବଳ ସ୍ୱାସ୍ଥ୍ୟସେବା ଓ କୋଭିଡ୍-୧୯ ସଂପୃକ୍ତ ନିର୍ମାଣ କାର୍ଯ୍ୟ ଜାରି ରହିବ ।

ରାଜ୍ୟର ସମସ୍ତ ହିତାଧିକାରୀଙ୍କୁ ସେମାନଙ୍କ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ (ପିଡିଏସ୍) ଓ ପେନ୍ସନ୍ ସେମାନଙ୍କ ଘରେ ପହଂଚାଇଦେବା ନିମନ୍ତେ ଓଡ଼ିଶା ସରକାର ଏକ ଆଦେଶନାମା ଜରିଆରେ ସମସ୍ତ ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ୍, ସମସ୍ତ ପୌରାଂଚଳ କମିଶନର ଓ ପୌରାଂଚଳ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ଆବଶ୍ୟକ ହେଲେ ବିଭିନ୍ନ ବିଭାଗର କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କୁ ଏଥିରେ ନିୟୋଜିତ କରିପାରିବେ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in