ଦେଶ ଆତ୍ମନିର୍ଭର ଭାରତ ଆଡକୁ ଅଗ୍ରସର ହେଉଛି : ଅମିତ୍ ଶାହା

FMODIA.IN 21-06-2020
The country is moving towards self-reliance in India: Amit Shah

ନୂଆଦିଲ୍ଲୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଗରିବ କଲ୍ୟାଣ ରୋଜଗାର ଅଭିଯାନ ର ଶୁଭାରମ୍ଭ କରିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ୍ କରି କହିଛନ୍ତି ଯେ ଆତ୍ମନିର୍ଭର ଭାରତ ଆଡକୁ ଅଗ୍ରସର ହେଉଥିବା ଦେଶରେ ଏହି ଅଭିଯାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଗୃହମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ପ୍ରବାସୀ ଶ୍ରମିକ ଏବଂ ଗରିବ ଲୋକଙ୍କୁ ଥଇଥାନ ତଥା ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସରକାର ଆଜି ୫୦,୦୦୦ କୋଟି ଟଙ୍କା ମୂଲ୍ୟର ଏକ କଲ୍ୟାଣକାରୀ ନିଯୁକ୍ତି ଅଭିଯାନ ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ୬ ଟି ରାଜ୍ୟର ୧୧୬ ଟି ଜିଲ୍ଲାର ଗ୍ରାମ ସାମିଲ ହେବ ।

ଗୃହମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ଲୋକମାନେ ଚାକିରୀ ଖୋଜିବା ପାଇଁ ସହରକୁ ଯାଉଥିଲେ, କିନ୍ତୁ ବର୍ତମାନ ଗରିବ କଲ୍ୟାଣ ରୋଜଗାର ଅଭିଯାନ୍ ମାଧ୍ୟମରେ ସେମାନଙ୍କୁ ସେମାନଙ୍କ ଦକ୍ଷତା ଆଧାରରେ ଘର ନିକଟରେ ଚାକିରୀ ଯୋଗାଇ ଦିଆଯିବ । ସେମାନଙ୍କର ପ୍ରତିଭା ଗ୍ରାମୀଣ କ୍ଷେତ୍ରର ବିକାଶରେ ବ୍ୟବହୃତ ହେବ, ଯାହା ଗ୍ରାମୀଣ ଅର୍ଥନୀତିକୁ ଅଧିକ ଶକ୍ତି ଦେବ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ସରକାର ଗ୍ରାମଗୁଡିକର ବିକାଶ, ପ୍ରବାସୀ ଶ୍ରମିକ ଏବଂ ଗରିବଙ୍କ ଜୀବିକା ତଥା ଆତ୍ମ ସମ୍ମାନ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ।