ନବ ଉତ୍କଳର ନିର୍ମାତା ଉକôଳକେଶରୀ ଡ଼ଃ. ହରେକୃଷ୍ଣ ମହତାବଙ୍କ ୧୨୧ତମ ଜୟନ୍ତୀ ସମାରୋହ, ଭଦ୍ରକରେ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀି ସ୍ଥାପନ କରାଯିବାକୁ ଦାବି

FMODIA.IN 23-11-2020
The founder of Nab Utkal, Ukolkeshari Dr. Harekrishna Mahatab's 121st birth anniversary, demand for the erection of a full-fledged statue in Bhadrak

ଭଦ୍ରକ :- ନବଉକଳର ନିର୍ମାତା, ଭଦ୍ରକ ମାଟିର କୃତି ସନ୍ତାନ, ସ୍ବାଧିନତା ସଂଗ୍ରାମୀ, ବିଶିଷ୍ଟ ଜନନାୟକ, ସାମ୍ବାଦିକ, ସୁସାହିତ୍ୟିକ, ଉକଳକେଶରୀ ଡ଼ଃ. ହରେକୃଷ୍ଣ ମହତାବଙ୍କ ୧୨୧ତମ ଜୟନ୍ତୀ ସମାରୋହ ଭଦ୍ରକସହରର ଟାଉନ୍ହଲଠାରେ ମହତାବଜୟନ୍ତୀ କମିଟି ଭଦ୍ରକ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ତଥା ମହତାବ ଜୟନ୍ତୀ କମିଟିର ସଭାପତି ରବି ନାରାୟଣ ଖଲାରଙ୍କ ସଭାପତିତ୍ବ ଓ ଇଂ ଅଭୟ ସୂତାରଙ୍କ ସଂେଯାଜନାରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ସାଂସଦ ମଞ୍ଜୁଲତା ମଣ୍ଡଳ ଉଦ୍ଘାଟକ ଭାବେ େଯାଗଦେଇଥିବାବେଳେ ମୁଖ୍ୟ ଅତିଥିଭାବେ ବିଧାୟକ ସଂଜୀବ କୁମାର ମଲ୍ଲିକ,ବିଶିଷ୍ଟ ଅତିଥିଭାବେ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ବରେଣ୍ୟ ଅତିଥିଭାବେ ଜିଲ୍ଲା ପ୍ରକଳ୍ପ ନିଦ୍ର୍ଧେଶକ ମଧୂସୂଦନ ଦାଶ , ସମ୍ମାନୀତ ଅତିଥିଭାବେ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ,ତ୍ୟାଗଭୂମି ମହୋସବର ସଭାପତି ଅଜୟ ନାୟକ,ମୁଖ୍ୟବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ,ସମ୍ମାନୀତ ବକ୍ତା ଅଧ୍ୟାପକ ନିହାର ରଂଜନ କର ,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ମଳୟ କୁମାର ଜେନା ,କମିଟିର ସଂପାଦକ ଅପୂର୍ବରଂଜନ ବେହେରା ପ୍ରମୁଖ େଯାଗଦେଇ ଡ଼ଃ. ହରେକୃଷ୍ଣ ମହତାବଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଅତିଥିମାନେ େଯାଗଦେଇ ଡ଼ଃ. ମହତାବଙ୍କ ବହୁ ମୁଖ ପ୍ରତିଭାର ସ୍ମୃତିରଣ କରିଥିଲେ। ଡକ୍ଝର ମହତାବଙ୍କ ଜନ୍ମମାଟି ଭଦ୍ରକ ଜିଲ୍ଲାର ଆଗରପଡାରେ ଦୁଇଟି ପୂଣ୍ମବୟବ ମୂର୍ତ୍ତୀସ୍ଥାପନକୁ ପ୍ରଶଂସା କରିବା ସହିତ ଭଦ୍ରକ ଜିଲ୍ଲାପାଳଙ୍କ ମୁଖ୍ୟକାର୍ଯ୍ୟାଳୟ ନିକଟସ୍ଥ ମହତାବ ଛକରେ ଦୃଷ୍ଟି ଆଢୁଆଳରେ ରହିଯାଉଥିବା କ୍ଷୁଦ୍ରତମ ପ୍ରତିମୂର୍ତ୍ତୀପବର୍ତ୍ତେସେଠାରେ ଏକ ପୂଣ୍ର୍ମବୟବ ପ୍ରତିମୂର୍ତ୍ତୀସ୍ଥାପନ କରାଯିବା ଓ ସରକାରୀ ଉଦ୍ୟମରେ ଜୟନ୍ତୀ ଉସବ ପାଳନ କରାଗଲେ ଭଲ ହେବ ବୋଲି ଅତିଥିମାନେ ଦାବୀ ଉପସ୍ଥାପନ କରିଥିଲେ ା ନାଟୀଶ୍ରୀ ନିର୍ମଳ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କବି ବିଜୟ ବହଳୀ ବେଦପାଠ ଓ ଶିକ୍ଷୟତ୍ରୀ ଜାନକୀ ପାଢୀ,ମନୋରମା ରାୟ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ ା କଳାକାର କାଳନ୍ଦୀ ମଲ୍ଲୀକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ସ୍ବାଧିନତାସଂଗ୍ରାମୀ ରାମହରି ଗୋସ୍ବାମୀ,ଓ ବ୍ରଜକିଶୋର ରାଉତଙ୍କ ସମେତ ସାମ୍ବାଦିକ ବାସୁଦେବ ତ୍ରିପାଠି,ସନ୍ତୋଷ ଦାସ,ମାନସ ପରିଡା ,ସଂଗଠକ କୃଷ୍ଣ ବେହେରା ରନାକର ପରିଡାଙ୍କୁ ସମ୍ବନ୍ର୍ଧିତ କରାଯାଇଥିଲା ା ଅପରାହ୍ନ ସମୟରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଭାତ ନଳିନୀଙ୍କ ସଭାପତିତ୍ବରେ ଗୀତାରାଣି ଆଇଚ, ଜାନକୀ ପାଢୀ,ମନୋରମା ରାୟ,କଳ୍ପନା ଜେନା ,କବି ରମେଶ ଚନ୍ଦ୍ର ସ୍ବାଇଁ,ବୈକୁଣ୍ଠ ବିଶ୍ବାଳଙ୍କ ସଂେଯାଜନାରେ କବିତା ପାଠୋସବ ଅନୁଷ୍ଠିତ ହୋଇଥିଲା ା କବି ସଦାନନ୍ଦ ସାହୁ,ବିଜୟ ବହଳି,ଗୋଲକବନ୍ଧୁ ଆଚାର୍ଯ୍ୟ ,ରମେଶ ଦାସ,ବସନ୍ତ ପାତ୍ର,ନାରାୟଣ ପ୍ରଧାନ, ଅନିଲ ଦାସ,ସ୍ବରୂପ ନାୟକ ପ୍ରମୁଖ ବହୁ କବି ଓ କବୟତ୍ରୀ େଯାଗଦେଇ କବିତା ପାଠ କରିଥିଲେ ା