BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

ତିର୍ତ୍ତୋଲ ଉପନିର୍ବାଚନ : ବିଜେପି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ, ବିଜେଡିର ପ୍ରାର୍ଥୀ ଘୋଷଣା

FMODIA.IN 13-10-2020
Tirthol by-election: BJP candidate submission, BJD candidate announcement

ଜଗତସିଂହପୁର - ଆଜି ତିର୍ତ୍ତୋଲ ବିଧାନସଭା ଉପ ନିର୍ବାଚନ ନିମନ୍ତେ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ରାଜକିଶୋର ବେହେରା ତାଙ୍କର ପ୍ରାର୍ଥୀ ପତ୍ର ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦା ନନ୍ଦ ସାହୁଙ୍କ ନିକଟରେ ତାଙ୍କର ସରକାରୀ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । କରୋନା କଟକଣା ଯୋଗୁଁ ସେ ସଂଗରୋଧ ଭାବେ ନିଜର ସମର୍ଥକଙ୍କ ସହିତ ଯାଇ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଏହା ପୂର୍ବରୁ ଶ୍ରୀ ବେହେରା ତିର୍ତ୍ତୋଲର ଅଧିଷ୍ଠିତ ଦେବୀ ମା ଶାରଳା ଠାକୁରାଣୀଙ୍କ ନିକଟକୁ ଯାଇ ଦର୍ଶନ କରି ସିଧା ଜଗତସିଂହପୁର ଦଳୀୟ ଅଫିସ ଯାଇ ସଭାପତି ସତ୍ୟବ୍ରତ ମହାପାତ୍ର ଓ ଅନ୍ୟ ଦଳୀୟନେତା କର୍ମୀ ମାନଙ୍କୁ ସାକ୍ଷାତ୍ କରି ସିଧାସଳଖ ପ୍ରାର୍ଥୀ ପତ୍ର ଦାଖଲ କରିବା ପାଇଁ ଯାଇଥିଲେ । ଗତକାଲି ବିଜେପି ପକ୍ଷରୁ ତାଙ୍କର ନାମ ଘୋଷଣା କରାଯାଇଥିଲା ।


ଅନ୍ୟପକ୍ଷରେ ଆଜି ବିଜେଡି ପକ୍ଷରୁ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଦଳ ପକ୍ଷରୁ ବିଜୟ ଶଙ୍କର ଦାସଙ୍କର ନାମ ଘୋଷଣା କରାଯାଇଛି । ଶ୍ରୀ ଦାସ ହେଉଛନ୍ତି ଦିବଂଗତ ନେତା ସ୍ବର୍ଗତ ବିଷ୍ଣୁ ଦାସଙ୍କର ପୁତ୍ର । ପିତାଙ୍କର ମୃତ୍ୟୁ ପରେ ସେଠାରେ ଉପନିର୍ବାଚନ ହେବାକୁ ଯାଉଛି । ସେହିପରି ଆଜି ମଧ୍ୟ ବିଜେପି ଛାଡି ରମାକାନ୍ତ ଭୋଇ ବିଜେଡିରେ ଯୋଗ ଦେଇଛନ୍ତି । ଏ ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ ।
ସୂଚନାଯୋଗ୍ୟ ଯେ, ଆସନ୍ତା ୧୬ ତାରିଖ ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନ । ୧୭ ତାରିଖରେ ଯାଞ୍ଚ, ୧୯ ତାରିଖ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ । ନଭେମ୍ବର ମାସ ୩ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ । ଫଳାଫଳ ନଭେମ୍ବର ମାସ ୧୦ ତାରିଖରେ ଘୋଷଣା ହେବ ।