ଦେଶର ୮ ରାଜ୍ୟରେ ୧୯ ରାଜ୍ୟସଭା ଆସନ ପାଇଁ ମତଦାନ ଜାରି

FMODIA.IN 19-06-2020
Voting for 14 Rajya Sabha seats in six states of the country today

ନୂଆଦିଲ୍ଲୀ, 19 ଜୁନଛ ଦେଶର ୮ଟି ରାଜ୍ୟରେ ୧୯ଟି ରାଜ୍ୟସଭା ଆସନ ପାଇଁ ଆଜି ମତଦାନ ଜାରି ରହିଛି । ଏହି ନିର୍ବଚାନ ନେଇ ରାଜନୈତିକ ନେତାମାନଙ୍କର ଖୁସି କହିଲେ ନସରେ । ଏହି ନିର୍ବାଚନ ରଣାଙ୍ଗନରେ ବିଜେପି ଓ କଂଗ୍ରେସର ବଡ଼ ବଡ଼ ନେତା ଅବତୀର୍ଣ୍ଣ ହୋଇଛନ୍ତି । ମଧ୍ୟପ୍ରଦେଶରେ ୩ ଆସନରେ ୪ ଜଣ ଆଶାୟୀ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଚନ୍ତି । ବିଜେପି ଓ କଂଗ୍ରେସର ୨-୨ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେଉଛି । ଗୁଜୁରାଟର ୪ଟି ଆସନରେ ୫ଜଣ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି । ବିଜେପି ପକ୍ଷରୁ ୩ ଜଣ ଓ କଂଗ୍ରେସ ୨ ଜଣକୁ ଓହ୍ଲାଇଛି ।

ରାଜସ୍ଥାନରେ ମଧ୍ୟ ୩ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେଊଛି । । ଏଠାରେ ୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ହେଊଛି । ଝାଡ଼ଖଣ୍ଡରେ ୨ଟି ଆସନରେ ଜେଏମଏମ, ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେବ । ଆନ୍ଧ୍ରପ୍ରଦେଶରେ ୪ଟି ଆସନରେ ୫ ଜଣ ପ୍ରାର୍ଥୀ ନିର୍ବାଚନ ପଡ଼ିଆକୁ ଆସିଛନ୍ତି । ସେହିଭଳି ପୂର୍ବତ୍ତୋର ରାଜ୍ୟ ମଣିପୁର, ମେଘାଳୟ ଓ ମିଜୋରାମରେ ଗୋଟିଏ ଲେଖାଏଁ ଆସନରେ ନିର୍ବାଚନ ହେଊଛି ।