ପୁରୀ ଜିଲ୍ଲାରେ ୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୦୫କୁ ବୃଦ୍ଧି

FMODIA.IN 01-08-2020
50 new cases of corona in Puri district: Total number of cases increased to 805

ପୁରୀ, ୧ ଅଗଷ୍ଟ - ପୁରୀ ଜିଲ୍ଲାରେ ଆଜି ଆଉ ୫୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୦୫କୁ ବୃଦ୍ଧି ପାଇଛି ।

ନୂଆ ଚିହ୍ନଟ ୫୦ ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀ ସହରରେ ୨୧ ଜଣ ଓ ଜିଲ୍ଲାର ଅନ୍ୟାନ୍ୟ ବ୍ଲକରୁ ୨୯ ଜଣ ଚିହ୍ନଟ ହୋଇଛନ୍ତି । ପୁରୀ ପୌରାଚଂଳର ୧୧ ନମ୍ବର ୱାର୍ଡ଼ରୁ ୨ ଜଣ, ୨୧ ନଂ ୱାର୍ଡ଼ରୁ ୩ ଜଣ, ୨୯ ଓ ୩୧ ନଂ ୱାର୍ଡ଼ରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୱାର୍ଡ଼ ନଂ ୧୭, ୧୯, ୨୩, ୨୭, ୨୮ ଓ ୩୦ ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଅସ୍ତରଙ୍ଗ ବ୍ଲକରୁ ୬ ଜଣ, ସତ୍ୟବାଦୀ ବ୍ଲକରୁ ୫ ଜଣ, କୃଷ୍ଣପ୍ରସାଦ ବ୍ଲକରୁ ୪ ଜଣ, ନିମାପଡ଼ା ବ୍ଲକରୁ ୪ ଜଣ, ପୁରୀ ସଦର ବ୍ଲକରୁ ୩ ଜଣ, ବ୍ରହ୍ମଗିରି ବ୍ଲକରୁ ୨ ଜଣ, କାକଟପୁର ବ୍ଲକରୁ ୨ ଜଣ, ଗୋପ ବ୍ଲକରୁ ୨ ଜଣ ଓ ପିପିଲି ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଅଦ୍ୟାବଧି ୨୬ ହଜାର ୫୩ ଜଣଙ୍କ ସ୍ୱାବ୍ ସଂଗ୍ରହ କରାଯିବା ସହ ଏହାର ପରୀକ୍ଷା କରାଯାଇଛି । ଜିଲ୍ଲାରେ ୫୨ ଟି କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି ।