BIG NEWS
ପରିବାରର ୪ ସଦସ୍ୟଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ରାଜ୍ୟରେ ବଢିବ ତାପମାତ୍ରା
Breaking News

ସାକ୍ଷିଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା : ଜଣେ ଲ୍ୟାବ୍ ଟେକନିସିଆନରେ ଚାଲିଛି ପରୀକ୍ଷାକେନ୍ଦ୍ର

FMODIA.IN 11-02-2020
Skhigopal chc neglected

ସାକ୍ଷିଗୋପାଳ, ୧୧ ଫେବୃଆରୀ - ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସାକ୍ଷିଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ସମନ୍ୱିତ ପରୀକ୍ଷାକେନ୍ଦ୍ର ସମ୍ପ୍ରତି ଜଣେ ମାତ୍ର ଲ୍ୟାବ୍ ଟେକନିସିଆନଙ୍କ ଦ୍ୱାରା ପରିଚାଳିତ ହେଉଛି । ପୂର୍ବରୁ ଏଠାରେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ (ଏନଆରଏଚଏମ) ପକ୍ଷରୁ ଜଣେ କର୍ମଚାରୀ ସୁରେଶ ପ୍ରଧାନ କାର୍ଯ୍ୟରତ ଥିବା ବେଳେ ତିନି ବର୍ଷ ତଳୁ ତାଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରାଯାଇଛି । ଫଳରେ ଏକାକୀ ଏହି କାର୍ଯ୍ୟ ତୁଲାଉଛନ୍ତି ଲ୍ୟାବ୍ ଟେକନିସିଆନ ନରେନ୍ଦ୍ର ନାଥ ଦଳେଇ । ଏପରି ସ୍ଥିତିରେ ଯଦି କୌଣସି ଜରୁରୀ କାମ କିମ୍ବା ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଏହି କର୍ମଚାରୀ ଜଣକ ଛୁଟି ନେଉଛନ୍ତି, ତେବେ ଡ଼ାକ୍ତରଖାନାରେ ରୋଗୀଙ୍କ ରକ୍ତ, ମଳ, ମୂତ୍ର ପରୀକ୍ଷା ଏକ ପ୍ରକାର ଠପ୍ ହୋଇପଡୁଛି । ବର୍ତମାନ ସାଧାରଣ ଥଣ୍ଡା, କାଶ, ଜ୍ୱର ଆକ୍ରାନ୍ତଙ୍କୁ ଡ଼ାକ୍ତର ରକ୍ତ ପରୀକ୍ଷା ପାଇଁ ପରାମର୍ଶ ଦେଉଥିବା ବେଳେ ଏଭଳି ସ୍ଥିତିରେ ଜଣେ ମାତ୍ର କର୍ମଚାରୀରେ ଏହି ପରୀକ୍ଷାକେନ୍ଦ୍ର (ଲ୍ୟାବ୍) ପରିଚାଳନା ଏକ ପ୍ରକାର ଅସମ୍ଭବ ସ୍ଥିତିରେ ପହଂଚିଛି ।

ଅନ୍ୟପକ୍ଷରେ ଏହି ସମସ୍ତ କାର୍ଯ୍ୟ ଶ୍ରୀ ଦଳେଇ ତୁଲାଉଥିବା କାରଣରୁ ରୋଗୀମାନେ ରିପୋର୍ଟ ପାଇବାକୁ ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ପଡୁଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କେତେକ ରୋଗୀ ଓ ସେମାନଙ୍କର ଆଟେଣ୍ଡାଂଟ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ) ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବା ସହ ସମ୍ପୃକ୍ତ ଲ୍ୟାବ୍ ଟେକନିସିଆନଙ୍କୁ କାର୍ଯ୍ୟରେ ସହଯୋଗ କରିବା ପାଇଁ ଆବଶ୍ୟକ ସଂଖ୍ୟକ କର୍ମଚାରୀ ଯୋଗାଇଦେବାକୁ ଅଂଚଳବାସୀଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in