BIG NEWS
ପରିବାରର ୪ ସଦସ୍ୟଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ରାଜ୍ୟରେ ବଢିବ ତାପମାତ୍ରା
Breaking News

ରାୟଗଡ଼ାରେ ଅଭିଯାନ ଜାରି ରଖିବ କଳିଙ୍ଗ ସେନା

FMODIA.IN 11-02-2020
REACTIVE KALINGA SENA AT RAYAGADA

ବିଶ୍ୱରାଜ ଛିଞ୍ଚାଣି

ରାୟଗଡ଼ା: ପୂର୍ତ୍ତ ବଙ୍ଗଳାଠାରେ ରାୟଗଡ଼ା କଳିଙ୍ଗ ସେନାରାୟଗଡା ଜିଲ୍ଲା ଶାଖାର ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକ ବିଭୁତି ଭୂଷଣ ପରିଡା ଓ ଅଧ୍ୟକ୍ଷ ଓ ରାଜ୍ୟ ସୁପ୍ରିମୋ ହେମନ୍ତ ରଥ , ରାଜ୍ୟ ସାଧାରଣ ସମ୍ପାଦକଙ୍କ ଅଧ୍ୟକ୍ଷତାରେ ସମ୍ପନ୍ନ ହୋଇଥିଲା।ପୌର ସଂସ୍ଥାର ବାର୍ଦ୍ଧକ୍ୟଭତା ଦେବା ପାଇଁ ୨୦ ଟଙ୍କା ଚାନ୍ଦା ମାଧ୍ୟମରେ ନିଆଯାଉଥିବାହେତୁ ବୟସ୍କ ଲୋକ ନାନା ପ୍ରକାର ହଇରାଣ ହରକତ ହେବା ସହ ୨୦୦ ଟଙ୍କା ବଦଳରେ ୧୮୦ଟଙ୍କା ପାଉଛନ୍ତି ।ଜେକେ କାଗଜ କଳର ଅଳିଆ ଯୋଗୁଁ ନାଗବଳି ପ୍ରଦୂଷଣ ହେବ ସହ ଜନ ସାଧାରଣ ନାନା ପ୍ରକାର ରୋଗର ଶିକାର ହେଉଛନ୍ତି ।ବେଦାନ୍ତର ଗାଡି ଲକ୍ଷ୍ମୀପୁରଠାରୁ ରାୟଗଡା ଦେଇ ଯାତାୟାତ କରିବା ଦ୍ଵାରା ମୁଖ୍ୟ ରାସ୍ତାରେ ଫାଟ ସହ ରାସ୍ତା ଖରାପ ହେବାରେ ଲାଗିଛି ।ବହୁ ସମୟରେଦୁର୍ଘଟଣା ଘଟିବାଓ ଉତ୍କଳ ଆଲୁମିନା ସେହି ଅଞ୍ଚଳର ପ୍ରାୟ ୮୦ % ସ୍ଥାନୀୟ ଲୋକଙ୍କୁ ଚାକିରୀ ଦେବା କହି ବର୍ତ୍ତମାନ ସୁଦ୍ଧା ତାହା କରି ନ ଥିବା ଓ ଆଗାମୀ ଦିନରେ ରାଜନିତୀରେ ମଧ୍ୟ ପଦାର୍ପଣ କରାଯିବାର ବିଷୟ ବସ୍ତୁ ସବୁ ଆଲୋଚନାରେ ପ୍ରାଧାନ୍ୟ ଦିଆଯାଇ ଥିଲା। ଏଥିରେ ବିଭୁତି ଭୂଷଣ ପରିଡାଙ୍କୁ ସଭାପତି,ନଳିନୀ ପାଣି,ଶେଖ ସୁବନୀ,ସୁଧାଂଶୁ ମହାପାତ୍ର, ରଞ୍ଜନ ପଣ୍ଡାଙ୍କୁ ଉପ ସଭାପତି,ସାଧାରଣ ସମ୍ପାଦକ ରୂପେ ସୁଧାକର ବେହେରା,ନିରଞ୍ଜନ ନିମାଲ, ତୁଫାନ କେଶରୀ ସାହୁ,ରଞ୍ଜନ ପଣ୍ଡା, ଯୁଧିଷ୍ଠିର ବଡମାଲ, ରାମଦାସ ଉଲକା,ରାଜେଶ କୁମ୍ଭାରଙ୍କୁ କସାଧକ୍ଷ ଓ କଳିଙ୍ଗ ସେନା ରାୟଗଡା ଶାଖା ର ମୁକପାତ୍ର ରୂପେ ଗୁରୁ ପ୍ରସାଦଙ୍କୁ ମନୋନୀତ କରାଯାଇଥିବା ଦେଖିବାକୁ ମିଳିଛି।ଆଗମୀ ଦିନରେ କଳିଙ୍ଗ ସେନା ରାୟଗଡ଼ା ଜିଲ୍ଲାର ବିକାଶ ଦିଗରେ ଅଣ୍ଟା ଭିଡ଼ିଠିଆ ହେବ ବୋଲି ପ୍ରତିଶ୍ରୁତି ବଧ ହୋଇଛି ।ଏଥିରେ ବିଭୁତି ଭୂଷଣ ପରିଡାଙ୍କୁ ସଭାପତି,ନଳିନୀ ପାଣି,ଶେଖ ସୁବନୀ,ସୁଧାଂଶୁ ମହାପାତ୍ର, ରଞ୍ଜନ ପଣ୍ଡା, ଙ୍କୁ ଉପ ସଭାପତି, ସାଧାରଣ ସମ୍ପାଦକ ରୂପେ ସୁଧାକର ବେହେରା,ନିରଞ୍ଜନ ନିମାଲ, ତୁଫାନ କେଶରୀ ସାହୁ,ରଞ୍ଜନ ପଣ୍ଡା, ଯୁଧିଷ୍ଠିର ବଡମାଲ, ରାମଦାସ ଉଲକା,ରାଜେଶ କୁମ୍ଭାର ଙ୍କୁ କସାଧକ୍ଷ ଓ କଳିଙ୍ଗ ସେନା ରାୟଗଡା ଶାଖା ର ମୁକପାତ୍ର ରୂପେ ଗୁରୁ ପ୍ରସାଦ ଙ୍କୁ ମନୋନୀତ କରାଯାଇଥିବା ଦେଖିବାକୁ ମିଳିଛି। ଅଗମୀ ଦିନରେ କଳିଙ୍ଗ ସେନା ରାୟଗଡ଼ା ଜିଲ୍ଲାର ବିକାଶ ଦିଗରେ ଅଣ୍ଟା ଭିଡ଼ିବ ଠିଆ ହେବ ବୋଲି ପ୍ରତିଶ୍ରୁତି ବଧ ହୋଇଛନ୍ତି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in