୨୦୨୦-୨୧ ବର୍ଷରେ ରାଜ୍ୟ ସରକାର ପ୍ରାୟ ୧.୮୪ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଲକ୍ଷ୍ୟ – ରାଜ୍ୟପାଳ

FMODIA.IN 14-02-2020
1.84 hectares of griclutural land will be irriagated in odisha,says Governor Ganesilal

ଭୁୁବନେଶ୍ୱର, ୧୪ ଫେବୃଆରୀ ରାଜ୍ୟପାଳ ତାଙ୍କର ଅଭିଭାଷଣରେ କହିଛନ୍ତି ଯେ ୨୦୨୦-୨୧ ବର୍ଷରେ ରାଜ୍ୟ ସରକାର ପ୍ରାୟ ୧.୮୪ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି ।

ବର୍ତମାନ ନିର୍ମାଣାଧୀନ ବୃହତ, ମଧ୍ୟମ ଜଳସେଚନ ପ୍ରକଳ୍ପ ଯଥା ଦେଓ. ଆନନ୍ଦପୁର ବ୍ୟାରେଜ, ସୁବର୍ଣରେଖା, ରେଙ୍ଗାଲୀ ବାମ ଓ ଦକ୍ଷିଣ ପାଶ୍ୱର୍ କେନାଲ ନିର୍ମାଣ କାମ ଆଗାମୀ ପାଂଚ ବର୍ଷ ମଧ୍ୟରେ ପୂର୍ଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ସେ କହିଛନ୍ତି ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ସରକାର ବିଶ୍ୱ ବ୍ୟାଙ୍କ ଆର୍ଥିକ ସହାୟତାରେ ୨୦୦ ଗୋଟି କ୍ଷୁଦ୍ର ଜଳସେଚନ ଭଣ୍ଡାରର ଉନ୍ନତିକରଣ କାମ ହାତକୁ ନେବାକୁ ଲକ୍ଷ୍ୟ ରଖିଛନ୍ତି । ଏହା ବାଦ ପ୍ରାୟ ୧୨ ଶହ ଅଚଳ ଉଠାଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରା ଯିିବ ଏବଂ କମାଣ୍ଡ ଏରିଆ ଅନ୍ତର୍ଗତ ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଗୁଡିକରେ ୦.୭୭ ଲକ୍ଷ ହେକ୍ଟର ସେଚାଂଚଳରେ କ୍ଷେତ୍ରନାଳୀ ନିର୍ମାଣ କରା ଯିବ ।

ସେ କହିଛନ୍ତି ଯେ ୨୦୧୯-୨୦ ଆର୍ଥିକ ବର୍ଷରେ ମତ୍ସ ଚାଷୀଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାରୀ କ୍ଷେତ୍ରରେ ୧୦,୨୬୪ ଲକ୍ଷ ଗୁଣ୍ଡ ଯାଆଁଳ ଓ ୧୮୮୩ ଲକ୍ଷ ମାଛ ଯାଆଁଳ ଉପାଦିତ ହୋଇ ପାରିଛି ।