୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

FMODIA.IN 01-08-2020
Heavy rains are expected in six districts of odisha

ଭୁବନେଶ୍ୱର, ୦୧ ଅଗଷ୍ଟ - ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୭ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷ କରି ମାଲକାନଗିରି, ସୁନ୍ଦରଗଡ, ରାୟଗଡା,ଗଜପତି , କୋରାପୁଟ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେହିପରି ବର୍ଷା ଓ ବଜ୍ରପାତ ଆଶଙ୍କା ଥିବା ମୟୁରଭଂଜ, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ , କଟକ, ଦେବଗଡ, କନ୍ଧମାଳ, ଗଂଜାମ, ଗଜପତି, ରାୟଗଡା, ନୟାଗଡ, କଳାହାଣ୍ଡି, କୋରାପୁଟ, ନୂଆପଡା , ଖୋର୍ଦ୍ଧା ଓ ମାଲକାନଗିରି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।