BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

ଚଳନ୍ତା କାର ଉପରେ ପଡ଼ିଲା ଏବି ଡିଭିଲିୟର୍ସଙ୍କ ଦ୍ୱାରା ଛକାର ବଲ

FMODIA.IN 13-10-2020
A moving ball fell on a moving car by AB de Villiers

ନୂଆଦିଲ୍ଲୀ, 13 ଅକ୍ଟୋବର :ଇଣ୍ଡିଆନ ପ୍ରିମିୟର ଲିଗ-୨୦୨୦ର ସୋମବାର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ୮୨ ରନରେ ପରାସ୍ତ କରିଛି । ଶାରଜା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସଙ୍କ ଅପରାଜିତ ୭୩ ରନ ରୟାଲ ଚ୍ୟାଲେଞ୍ଜର୍ସର ବିଜୟରେ ବଡ଼ ଭୂମିକା ନେଇଥିଲା । କୋଲକାତା ନାଇଟ ରାଇଡର୍ସ ୧୯୪ରନର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସରେ ୯ଟି ୱିକେଟ ହରାଇ ୧୧୨ ରନ ସଂଗ୍ରହ କରିପାରିଥିଲା ।