BIG NEWS
କରୋନା ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସର୍ବଭାରତୀୟ ହୃଦାନନ୍ଦ ମେମୋରିଆଲ କ୍ରିକେଟ : ଜେସିସି ଲୋକାଲ ଚାମ୍ପିଅନ

FMODIA.IN 05-03-2020
All India Hridayananda Memorial Cricket: JCC Local Chhiyan

ଭଦ୍ରକ - ସୂର୍ଯ୍ୟଶିଖା କ୍ଳବ ଆନୁକୂଲ୍ୟରେ ନେହେରୁ ଷ୍ଟାଡିୟମ ଠାରେ ଚାଲିଥିବା ୨୧ତମ ସର୍ବଭାରତୀୟ ହୃଦାନନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେର ଲୋକାଲ ଗ୍ରୁପ ଟୁର୍ଣ୍ଣାମେର ଫାଇନାଲରେ ଆୟୋଜକ ସୂର୍ଯ୍ୟଶିଖା କ୍ଲବକୁ ହରାଇ ଜଗନ୍ନାଥପୁର କ୍ରିକେଟ କ୍ଳବ ଜେସିସି ଚଳିତ ବର୍ଷର ଚାିୟନ ହୋଇଛି। ସୂର୍ଯ୍ୟଶିଖା ଦଳ ଟସ୍ ଜିତି ବ୍ୟାଟିଂ କରି ନିଦ୍ର୍ଧାରିତ ୧୮ ଓଭରରେ ୬ ଉଇକେଟ ହରାଇ ୧୧୭ ରନ କରିଥିଲା। ଦଳ ପକ୍ଷରୁ ଅମିର ଖାନ୍ ୫୦ ଓ ଶୁଭମ ନାୟକ ୨୬ ରନ କରିଥିଲେ। ଜେସିସି ପକ୍ଷରୁ ସତ୍ୟକାମ ଭରଦ୍ବାଜ ଓ ପ୍ରିୟବ୍ରତ ଦାସ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୧୧୮ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରି ଜେସିସି ଦଳ ୧୫.୩ ଓଭରରେ ୪ ଉଇକେଟ ହରାଇ ୧୨୧ ରନ କରି ବିଜୟୀ ହୋଇଥିଲା। ଜେସିସି ପକ୍ଷରୁ ସତ୍ୟକାମ ଭରଦ୍ବାଜ ୪୧ ରନ ଓ ଶାନ୍ତନୁ ଦାସ ୩୨ ରନ କରିଥିଲେ। ସୂର୍ଯ୍ୟଶିଖା ପକ୍ଷରୁ ପ୍ରଶାନ୍ତ ରଣା ୨ଟି ଓ ଅଂଶୁମାନ ନାୟକ ଗୋଟିଏ ଉଇକେଟ ନେଇଥିଲେ। ସତ୍ୟକାମ ଭରଦ୍ବାଜଙ୍କ ଅଲରାଉଣ୍ଡ ସଫଳତା ପାଇଁ ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ଦିଆ ଯାଇଥିଲା। ମ୍ୟାଚକୁ ଳଲାଟ କେଶରୀ ନନ୍ଦ ଓ କାଳନ୍ଦୀ ପଣ୍ଡା ପରିଚାଳନା କରିଥିଲେ। ଲୋକାଲ ଗ୍ରୁପ ଚାିୟନ ଦଳକୁ ମେଗା ଟୁର୍ଣ୍ଣାମେର ଫାଇନାଲ ମ୍ୟାଚ ଦିନ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣା ଯାଇଛି। ଏହି ମେଗା ଟୁର୍ଣ୍ଣାମେ ଆସନ୍ତା ଗୁରୁ୍ରବାର ଠାରୁ ଦିବାରାତ୍ର ଅନୁଷ୍ଠିତ ହେବ। ଏଥିରେ ଭଦ୍ରକ ଇଲେଭେନ, ୟୁନିଅନ ସ୍ପୋର୍ଟିଂ କଟକ, ଓଡ଼ିଶା ପୋଷ୍ଟାଲ ଇଲେଭେନ ଭୁବନେଶ୍ବର, ଏମବିସିସି ଅନୁଗୁଳ, ସେରସା ରାି ଝାଡଖଣ୍ଡ, ନଭସିପ ଚାିୟନ ବିଶାଖାପାଟଣା, ଝାଡଖଣ୍ଡ ରାଇଜିଂ ଷ୍ଟାର ବୋକାରୋ, ୟୁପିସିଏଲ କ୍ରିକେଟ କ୍ଲବ ମଥରା, ଉରପ୍ରଦେଶ ଭାଗ ନେବେ ବୋଲି ସୂର୍ଯ୍ୟଶିଖା କ୍ଳବର କ୍ରୀଡା ସାଦକ ବଳରାମ ଦାସ ଜଣାଇଛନ୍ତି। ପ୍ରତିଦିନ ୨ଟି ଲେଖାଏ ମ୍ୟାଚ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ ଅପରାହ୍ନ ୩ଟା ୩୦ରୁ ଆରମ୍ଭ ହେବାକୁ ଥିବା ବେଳେ ଦ୍ବିତୀୟ ମ୍ୟାଚ ୬ଟା୩୦ରୁ ଆରମ୍ଭ ହେବ। ୮ ତାରିଖ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in