BIG NEWS
ବିଦ୍ୟାଳୟ କର୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧୀକାର କମିଶନ ପଠାଇଲେ ନୋଟିସ
ଦିଲ୍ଲୀ ସିଏଏ ସମର୍ଥକ ଓ ବିରୋଧୀଙ୍କ ହିଂସାକାଣ୍ଡରେ ମୃତ୍ୟୁ ସଂଙ୍ଖ୍ୟା ୧୩କୁ ଛୁଇଁଲା ,ଦେଖିବା ମାତ୍ରେ ଗୁଳି ପାଇଁ ନିର୍ଦ୍ଦେଶ
ଭାରତ-ଆମେରିକା ସମ୍ପର୍କ ଏକବିଂଶ ଶତାବ୍ଦୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରିତା : ପ୍ରଧାନମନ୍ତ୍ରୀ
Breaking News

ଟିମ୍ ଇଣ୍ଡିଆରୁ ବାଦ୍ ପଡିଲେ ଆହତ ରୋହିତ

FMODIA.IN 03-02-2020
Injured rohit out of team india

ନୂଆଦିଲ୍ଲୀ , ୦୩ ଫେବୃଆରୀ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟସ୍ ମ୍ୟାନ୍ ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷ ୱାନଡେ ଓ ଟେଷ୍ଟ ସିରିଜ୍ ରୁ ବାଦ୍ ପଡିଛନ୍ତି ।

ଗୋଡରେ ଆଘାତ ଲାଗିବା କାରଣରୁ ରୋହିତ ଶର୍ମା ବର୍ତମାନ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୩ ଟି ୱାନଡେ ଓ ୨ ଟି ଟେଷ୍ଟ ସିରିଜ୍ ରେ ଖେଳିପାରିବେ ନାହିଁ ।

ନ୍ୟୁଜିଲାଣ୍ଡ ସହ ଖେଳାଯାଇଥିବା ପଂଚମ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ରେ ରୋହିତ ଆହତ ହୋଇଥିଲେ । ମାଉଂଟମୋଙ୍ଗାନି ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ରୋହିତ ଗୋଟିଏ ରନ୍ ପାଇଁ ଦୌଡୁଥିବା ବେଳେ ଗୋଡର ମାଂପେଶୀରେ ଆଘାତ ଲାଗିଥିଲା । ୪୧ ବଲ୍ ରେ ୬୦ ରନ୍ କରିଥିବା ବେଳେ ସେ ରିଟାୟର୍ଡ ହର୍ଟ ହୋଇ ଫେରି ଯାଇଥିଲେ ।

ୱାନଡେ ସିରିଜ୍ ରେ ରୋହିତଙ୍କ ବଦଳରେ ମୟଙ୍କ ଅଗ୍ରୱାଲ ଖେଳିବେ । ତେବେ ଟେଷ୍ଟ ସିରିଜ୍ ରେ ତାଙ୍କ ସ୍ଥାନ କିଏ ନେବ ତାହା ଘୋଷଣା ହୋଇନାହିଁ ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in