BIG NEWS
ସଂସଦ ସଦସ୍ୟମାନଙ୍କ ପାଇଁ ଆଜି ବହୁତଳ ବିଶିଷ୍ଟ କୋଠା ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ଆଇପିଏଲ: ୭ମ ପରାଜୟ ପରେ ଧୋନୀ କହିଲେ ରଣନୀତି ତିଆରି କରିବାକୁ ହେବ

FMODIA.IN 20-10-2020
IPL: After the ninth defeat, Dhoni said the strategy had to be formulated

ନୂଆଦିଲ୍ଲୀ, 20 ଅକ୍ଟୋବର:ଇଣ୍ଡିଆନ ପ୍ରମିୟର ଲିଗ୍ର ୧୩ତମ ସଂସ୍କରଣରେ ୭ମ ପରାଜୟ ବରଣ କରିବା ପରେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କହିଛନ୍ତି, ପରିବର୍ତ୍ତନ ଲାଗି ଟିମକୁ ନୂଆ ରଣନୀତି କରିବାକୁ ହେବ ।

ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଟିମ ୫ ୱିକେଟରେ ୧୨୫ ରନ ସଂଗ୍ରହ କରିପାରିଥିଲା । ଏହାର ଜବାବରେ ରୟାଲ୍ସ ଟିମ ୩ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ମ୍ୟାଚ ଜିତିଥିଲା । ସିଏସଏକେ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ ଖେଳିଥିବା ବେଳେ ୭ଟିରେ ପରାଜୟ ବରଣ କରିଛି । ମାତ୍ର ୩ଟି ମ୍ୟାଚ ଜିତି ୬ ପଏଣ୍ଟ ପାଇଥିବାରୁ ପ୍ରଥମ ଥର ପ୍ଲେଅଫରେ ପହଂଚିପାରି ନାହିଁ ।

ଧୋନୀ ମ୍ୟାଚ ପରେ କହିଛନ୍ତି, ଫଳାଫଳ ସବୁବେଳେ ନିଜ ହିସାବରେ ହୁଏ ନାହିଁ । ଆମକୁ ଦେଖିବାକୁ ପଡ଼ିବ ଯେ, କେଉଁ ପ୍ରକ୍ରିୟା ଭୁଲ ଥିଲା । ଫଳାଫଳ ଏହି ପ୍ରକ୍ରିୟାର ଫଳ । ଏକଥା ସତ ଯେ, ଯଦି ଆପଣ ପ୍ରକ୍ରିୟା ଉପରେ ଧ୍ୟାନ କେନ୍ଦ୍ରୀତ କରିବେ, ତାହେଲେ ପରିଣାମକୁ ନେଇ ଟିମ ଉପରେ କୌଣସି ପ୍ରଭାବ ପଡ଼ିପାରିବ ନାହିଁ । ଧୋନୀ ପ୍ରଥମ ୯ ଓଭରରେ ଦୀପକ ଚାହର ଓ ଜୋଶ ହେଜଲଉଡଙ୍କ କୋଟା ପୂରା କରିବାକୁ ଦେଇଥିଲେ । ସେ କହିଛନ୍ତି, ପ୍ରଥମ ପାଳି ଭାବେ ସ୍ପିନରଙ୍କୁ ଦ୍ୱିତୀୟ ଇନିଂରେ ଅଧିକ ସହଯୋଗ ମିଳୁଥିଲା ।