BIG NEWS
ପଥଚାରୀଙ୍କ ଉପରେ ମାଡିଗଲା ଡ଼ମ୍ଫର : ୬ ମୃତ, ଦୁଇ ଗୁରୁତର

ଆଇପିଏଲ: କୋଲକାତାକୁ ହରାଇଲା ଚେନ୍ନାଇ

FMODIA.IN 30-10-2020
IPL: Chennai lose to Kolkata

ନୂଆଦିଲ୍ଲୀ, 30 ଅକ୍ଟୋବର ୩୦:ଆଇପିଏଲ-୨୦୨୦ରେ ଲଗାତାର ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିବା ଚେନ୍ନାଇ ସୁପର କିଙ୍ଗସକୁ ବିଜୟ ଦେଇଥିବା ଋତୁରାଜ ଗାୟକୱାଡ କହିଛନ୍ତି, ସେ ନିଜ ଉପରେ ଭରସା ରଖିଥିଲେ ଏବଂ ଏହି କାରଣରୁ ଭଲ କରିବାକୁ ସେ ସଫଳ ହୋଇଥିଲେ । ଧୋନୀଙ୍କ ପରାମର୍ଶ ଏହି ମ୍ୟାଚରେ ଭଲ କାମକୁ ଆସିଛି ।

କୋଲକାତା ଗୁରୁବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ସମ୍ମୁଖରେ ୧୭୩ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା । ଚେନ୍ନାଇ ୨୦ ଓଭରରେ ୪ଟି ୱିକେଟ ହରାଇ ୧୭୮ ରନ କରିଥିଲା । ଋତୁରାଜ ୫୩ଟି ବଲ ଖେଳି ୬ଟି ଚୌକା ଓ ୨ଟି ଚୌକା ମାରିଥିଲେ । ଏଥି ସହିତ ସେ ୭୨ ରନ ସଂଗ୍ରହ କରି ଟିମକୁ ବିଜୟୀ କରାଇଥିଲେ । ଋତୁରାଜଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ଦିଆଯାଇଥିଲା ।

ମ୍ୟାଚ ପରେ ପୁରସ୍କାର ବିତରଣ ସମାରୋହରେ ଋତୁରାଜ କହିଛନ୍ତି, ମୋତେ ଭଲ ଲାଗୁଛି । ମୋର ୨ଟି ଯାକ ଅର୍ଦ୍ଧଶତକ କାମକୁ ଆସିଛି । କାରଣ ଉଭୟ ମ୍ୟାଚରେ ଆମର ଟିମ ଜିତିଛି । ମୁଁ ଜାଣିଥିଲି ଯେ, ଭଲ ସମୟ ମିଳିଲେ, ସ୍କୋର ମଧ୍ୟ ଭଲ କରାଯାଇପାରିବ ।

ସେ କହିଛନ୍ତି, କୋଭିଡ-୧୯ ମୋତେ ମଜବୁତ କରିଛି । ଆମର ଅଧିନାୟକ (ମହେନ୍ଦ୍ର ସିଂହ ଧୋନୀ) ସବୁବେଳେ କୁହନ୍ତି, ସବୁ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତୁ । ମନକୁ ଖୁସି ରଖନ୍ତୁ । ଧୋନୀଙ୍କ ଏହି ପରାମର୍ଶ ମୁଁ ପାଳନ କରୁଛି । ଏଥିରେ ମୋତେ ବର୍ତ୍ତମାନରେ ରହିବାକୁ ସାହାଯ୍ୟ ମିଳିଥାଏ ।