BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

ଆଇପିଏଲ: ମୁକାବିଲା ଭଲ ଥିଲା – ଧୋନୀ

FMODIA.IN 14-10-2020
IPL: The match was good - Dhoni

ନୂଆଦିଲ୍ଲୀ 14 ଅକ୍ଚୋବର :ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ-୨୦୨୦) ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୨୦ ରନରେ ବିଜୟୀ ହେବ ପରେ କହିଛନ୍ତି, ମୁକାବିଲା ଭଲ ଥିଲା । ଧୋନୀ କହିଛନ୍ତି, ଆମେ ମଙ୍ଗଳବାର ମ୍ୟାଚରେ ଭଲ ପ୍ରଦର୍ଶନ କରିଛୁ । ଆହୁରି ଗୋଟିଏ ଦୁଇଟି ଓଭରରେ ଭଲ ପ୍ରଦର୍ଶନ କରାଯାଇପାରିଥାନ୍ତା । କିନ୍ତୁ ଭଲ ପ୍ରଦର୍ଶନ କରିଛୁ । ମ୍ୟାଚ ଜିତୁଥିଲେ ଅଙ୍କ ତାଲିକା ନିଶ୍ଚିତ ଭାବେ ସଂଶୋଧନ ହେବ ।

ଧୋନୀ କହିଛନ୍ତି, ସାଧାରଣତଃ ପ୍ରଥମ ୬ ଓଭରରେ ହାରାହାରି ୬ ରନ ଲେଖାଏଁ ସ୍କୋର ହେବା କଥା । କିନ୍ତୁ ବୋଲିଂ ଓ ବ୍ୟାଟିଂର ପରିସ୍ଥିତି ଉପରେ ଏହା ନିର୍ଭର କରିଥାଏ । ଏଥି ପାଇଁ ରଣନୀତି ମଧ୍ୟ ହେବା ଦରକାର, ଯାହାକି ଆମେ ମଙ୍ଗଳବାର ମ୍ୟାଚରେ କରିଥିଲୁ ।