BIG NEWS
ଆଜି ଅବପାତରେ ପରିଣତ ହେବ ଲଘୁଚାପ , ୨୪ ଯାଏଁ ଓଡିଶାରେ ବର୍ଷା

ଆଇପିଏଲ: ଟିମ ଭଲ ଖେଳିଛି ବୋଲି କହିଲେ ବିରାଟ କୋହଲି

FMODIA.IN 11-10-2020
IPL: Virat Kohli said the team played well

ନୂଆଦିଲ୍ଲୀ, 11 ଅକ୍ଟୋବର: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଅଧିନାୟକ ବିରାଟ କୋହଲି ଶନିବାର ଆଇପିଏଲ ୨୦୨୦ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ବିରୋଧରେ ବିଜୟ ମିଳିବା ପରେ କହିଛନ୍ତି, ଟିମ ଭଲ ପ୍ରଦର୍ଶନ କରିଛି । କୋହଲି ଏହି ମ୍ୟାଚରେ ଅପରାଜିତ ୯୦ ରନ କରିଥିଲେ । ଏହି ଇନିଂ ଯୋଗୁଁ ସେ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପାଇଥିଲେ । କୋହଲିଙ୍କ ଏହି ଇନିଂସ ବଳରେ ବେଙ୍ଗାଲୋର ଟିମ ଚେନ୍ନାଇ ସୁପର କିଙ୍ଗସକୁ ୧୭୦ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା । କିନ୍ତୁ ୩ ଥର ଚମ୍ପିଅନ ଚେନ୍ନାଇ ୩୭ ରନରେ ମ୍ୟାଚ ହାରି ଯାଇଥିଲା ।