କଳିଙ୍ଗ ଷ୍ଟାଡିୟମ୍ ରେ ହାଇ ପରଫରମାନ୍ସ ସେଂଟର ଭିତିଭୂମିର ତଦାରଖ କଲେ କ୍ରୀଡା ମନ୍ତ୍ରୀ

FMODIA.IN 06-02-2020
sports minister Kalinga Stadiu

ଭୁବନେଶ୍ୱର , 6 ଫେବୃଆରୀ : ଇଲେକ୍ଟ୍ରୋନିକ୍ସ, ଆଇଟି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କଳିଙ୍ଗ ଷ୍ଟାଡିୟମ୍କୁ ଅଚାନକ ଗସ୍ତ କରିବା ସହ ଷ୍ଟାଡିୟମ୍ର ଭିତିଭୂମି ଏବଂ ଏଠାରେ ଥିବା ହାଇ ପରଫରମାନ୍ସ ସେଂଟରଗୁଡ଼ିକର ସ୍ଥିତି ଯାଂଚ କରିଥିଲେ ।

ଷ୍ଟାଡିୟମ୍ ପରିସରରେ ଥିବା ଫୁଟବଲ ପଡ଼ିଆ, ଗଗନ ନାରଙ୍ଗ ୨୫ ମିଟର ସୁଟିଂ ରେଞ୍ଜ, ରିଲାୟନ୍ସ ଆଥ୍ଲେଟିକ୍ ହାଇ ପରଫରମାନ୍ସ ସେଂଟର, ଅଭିନବ ବିନ୍ଦ୍ରା ଟାର୍ଗେଟିଂ ପରଫରମାନ୍ସ ସେଂଟର ବୁଲି ଦେଖିଥିଲେ । ଏଥି ସହିତ ଅଭିନବ ବିନ୍ଦ୍ରା ସେଂଟରର ଖେଳାଳୀମାନଙ୍କ ଆହତଜନିତ ସମସ୍ୟାକୁ କିପରି କ୍ରାୟୋଜେନିକ୍ ଥେରାପି ମାଧ୍ୟମରେ ତୁରନ୍ତ ଠିକ୍ କରାଯାଇ ପାରୁଛି ତାହା ଦେଖିଥିଲେ । ଏହିସବୁ ବ୍ୟବସ୍ଥା ଖେଳାଳୀମାନେ ଦକ୍ଷତା ବୃଦ୍ଧିରେ ସାହାଯ୍ୟ କରିବା ସହ ଆନ୍ତର୍ଜାତିକ ମାନର ଖୋଳାଳୀ ସୃଷ୍ଟି କରିବାରେ ଅଧିକ ସହାୟକ ହେବ ବୋଲି ଦାୟିତ୍ୱରେ ଥିବା ଅଧିକାରୀମାନେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ଉପଶାସନ ସଚିବ ରଞ୍ଜିତ ପରିଡ଼ା ଏବଂ ଉପଶାସନ ସଚିବ ତଥା କଳିଙ୍ଗ ଷ୍ଟାଡିୟମ୍ର ପ୍ରଶାସକ ମଧୁସୂଦନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।