ଦଶମ ରାଜ୍ୟସ୍ତରୀୟ ବେଡମିଂଟନ ପ୍ରତିଯୋଗିତା : ବଲାଙ୍ଗିରର ମୁନା ଓ ସୁରେନ ଯୋଡି ଚମ୍ପିଆନ

FMODIA.IN 11-02-2020
State badminton tournament held at boudh

ବୌଦ୍ଧ, ୧୧ ଫେବୃଆରୀ - ବୌଦ୍ଧ ଇନଡୋର ଷ୍ଟାଡିୟମ ଠାରେ ବୌଦ୍ଧ ଜିଲା ବେଡମିଂଟନ ଆସୋସିଏସନ ପକ୍ଷରୁ ଆୟୋଜିତ ଦଶମ ରାଜ୍ୟସ୍ତରୀୟ ବେଡମିଂଟନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଂଟରେ ରାଜ୍ୟର ୯ଗୋଟି ଜିଲାରୁ ୩୦ ଯୋଡି ବଛାବଛା ଖେଳାଳୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ଭୁବନେଶ୍ୱରକୁ ହରାଇ ବଲାଙ୍ଗିର ଯୋଡି ଚମ୍ପିଆନ ହୋଇଛି । ଜିଲା ବେଡମିଂଟନ ଆସୋସିଏସନର ସଭାପତି ଜୁଲିୟସସିଜର ମହାକୁଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଉପଜିଲାପାଳ ଏନସି ଜ୍ୟୋତିରଂଜନ ନାଏକ ଓ ସମ୍ମାନିତ ଅତିଥି ଭାବରେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର ଯୋଗଦେଇଥିଲେ । ଟୁର୍ଣ୍ଣାମେଂଟର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ସରିବାପରେ ପ୍ରଥମ ସେମିଫାଇନାଲ ଅନୁଗୁଳ ଓ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭୁବନେଶ୍ୱର ଦଳ ୨-୧ ରେ ଅନୁଗୁଳକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ।

ସେହିପରି ଫୁଲବାଣୀ ଓ ବଲାଙ୍ଗୀର ମଧ୍ୟରେ ଅନୁଷ୍ଠିତ ଦ୍ୱିତିୟ ସେମିଫାଇନାଲରେ ବଲାଙ୍ଗିର ଦଳ ୨-୦ ରେ ବିଜେତା ହୋଇ ଫାଇନାଲରେ ପ୍ରବେଶ କରିଥିଲା । ଭୁବନେଶ୍ୱର ଓ ବଲାଙ୍ଗୀର ମଧ୍ୟରେ ଅନୁଷ୍ଠିତ ଚିତାକର୍ଷକ ଫାଇନାଲ ମ୍ୟାଚରେ ବଲାଙ୍ଗିରର ମୁନା ଓ ସୁରେନ ଯୋଡି ଭୁବନେଶ୍ୱରର ରଞ୍ଜିତ ଓ ଜ୍ଞାନ ଯୋଡିଙ୍କୁ ସିଧାସଳଖ ୨-୦ ସେଟରେ ପରାଜିତ କରି ଟୁର୍ଣ୍ଣାମେଂଟ ଚମ୍ପିୟାନ ହୋଇଥିଲେ । ଟୁର୍ଣ୍ଣାମେଂଟରେ ତୃତୀୟ ସ୍ଥାନ ପାଇଁ ଅନୁଗୁଳର ଅମ୍ଲାନ ଓ ପାର୍ଟନର ଏବଂ ବଲାଙ୍ଗୀରର ଅଭିମନ୍ୟୁ ଓ ପାର୍ଟନର ଖେଳାଳୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ବଲାଙ୍ଗୀର ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲା । ସେହିପରି ଜିଲାସ୍ତରୀୟ ପ୍ରତିଯୋଗିତାରେ ସାନିଆ ଓ ବିବେକ ଯୋଡି ଚମ୍ପିୟାନ ହୋଇଥିବାବେଳେ ଆଲୋକ ଓ ଶିବାନନ୍ଦ ରନର୍ସଅପ ହୋଇଥିଲେ । ଭେଟେରାନ ଖେଳାଳୀଙ୍କ ମଧ୍ୟରେ ଆୟୋଜିତ ପ୍ରତିଯୋଗିତାରେ ଅନିଲ ଓ ରାଜେଶ ପ୍ରସାଦ ବିଜୟୀ ହୋଇଥିବାବେଳେ ଆଇଆରବି ୫ମ ବେଟେଲିୟନ ରନର୍ସଅପ ହୋଇଥିଲା । ଶେଷରେ ଅତିଥି ମାନଙ୍କ ଦ୍ୱାରା ବିଜେତା ଓ ଉପବିଜେତା ଦଳଙ୍କୁ ପୁରସ୍କାର ରାଶି ଓ ଟ୍ରଫି ପ୍ରଦାନ କରିଥିଲେ । ଖେଳକୁ ପୁର୍ବତନ ଜାତୀୟ ଖେଳାଳି ଦୀପକ କୁମାର ମହାନ୍ତି, ଖେଳ ଇଣ୍ଡିଆରେ ଭାଗନେଇଥିବା ରେଫରି ସୁବ୍ରତ କୁମାର ପୁରୋହିତ ଓ ସଦସ୍ୟ ବ୍ରଦିନାରାୟଣ ମିଶ୍ର ପରିଚାଳନା କରିଥିଲେ ।

ଏହି ଟୁର୍ଣ୍ଣାମେଂଟରେ ସଂଘର ସଂପାଦକ ହୃଦାନନ୍ଦ ମିଶ୍ର ଓ ସଂଗଠନ ସଂପାଦକ ସୁନ୍ଦର ପ୍ରକାଶ ଅଗ୍ରୱାଲା, ଉପସଭାପତି ପ୍ରଦୋଷ କୁମାର ମହାରଣା, କାର୍ଯ୍ୟକାରୀ ସଦସ୍ୟ, ବିଭୁପ୍ରସାଦ ପଣ୍ଡା, ବଦ୍ରିନାରାୟଣ ମିଶ୍ର, ଆଲୋକ ରଥ, ବିଘ୍ନେଶ ଅଗ୍ରୱାଲା, ଜିତେନ୍ଦ୍ର ସରାଫ, ପରେଶ ବେହରା, ଗଶେଷ ମହାପାତ୍ର, ହେମନ୍ତ ଚମ୍ପତି, ଶେଖ ସାହାଜାହାନ, ଶିବାନନ୍ଦ ସାହୁ ଓ ଉପଦେଷ୍ଟା ଶ୍ରିନିବାସ ଦାନୀ, ଧର୍ମେଶ ନାୟକ, ଚନ୍ଦ୍ର ମହାରଣା ଓ ଲମ୍ବୋଦର ପୁରୋହିତଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଥିଲା ।(ହିସ)