BIG NEWS
ବିଦ୍ୟାଳୟ କର୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧୀକାର କମିଶନ ପଠାଇଲେ ନୋଟିସ
ଦିଲ୍ଲୀ ସିଏଏ ସମର୍ଥକ ଓ ବିରୋଧୀଙ୍କ ହିଂସାକାଣ୍ଡରେ ମୃତ୍ୟୁ ସଂଙ୍ଖ୍ୟା ୧୩କୁ ଛୁଇଁଲା ,ଦେଖିବା ମାତ୍ରେ ଗୁଳି ପାଇଁ ନିର୍ଦ୍ଦେଶ
ଭାରତ-ଆମେରିକା ସମ୍ପର୍କ ଏକବିଂଶ ଶତାବ୍ଦୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରିତା : ପ୍ରଧାନମନ୍ତ୍ରୀ
Breaking News

ଦଶମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୂର୍ଣ୍ଣାମେଣ୍ଟ ଉଦଘାଟିତ , ଭାଗ ନେଲେ ୩୦ ଯୋଡା ଖେଳାଳି

FMODIA.IN 09-02-2020
State level bafminton tournament in Boudh held

ବୌଦ୍ଧ, ୯ ଫେବୃଆରୀ- ବୌଦ୍ଧ ବ୍ୟାଡମିଣ୍ଟନ ଏସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ଇନଡୋର ଷ୍ଟେଡିୟମ ଠାରେ ଦଶମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ସଂଧ୍ୟାରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ଉପଜିଲାପାଳ ଏନସି ଜ୍ୟୋତିରଞନ ନାଏକ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ସମାଜସେବୀ ସଞିବ କୁମାର ଅଗ୍ରୱାଲା ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ୧୭ ଗୋଟି ଜିଲାରୁ ୩୦ ଯୋଡା ବଛାବଛା ଖେଳାଳୀ ଅଂଶଗ୍ରହଣ କରିଅଛନ୍ତି । ଏହି ଟୁର୍ଣ୍ଣାମେଂଟ ୨ ଦିନ ଧରି ଚାଲିବ । ପ୍ରଥମ ଦିନରେ ୧୪ ଟି ମ୍ୟାଚ ଖେଳାଯାଇଥିବା ବେଳେ ଫୁଲବାଣୀର ପୂର୍ବତନ ଜାତୀୟ ଖେଳାଳୀ ଦୀପକ ମହାନ୍ତି ରେଫରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି । ବୌଦ୍ଧ ବ୍ୟାଡମିଣ୍ଟନ ଏସୋସିଏସନର ସଭାପତି ଜୁଲିୟସ ସିଜର ମହାକୁଲ,ସଂପାଦକ ହୃଦାନନ୍ଦ ମିଶ୍ର ଓ ସଂଗଠନ ସଂପାଦକ ସୁନ୍ଦର ପ୍ରକାଶ ଅଗ୍ରୱାଲାଙ୍କ ନେତୃତ୍ୱରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ଉପସଭାପତି ପ୍ରଦୋଷ କୁମାର ମହାରଣା, କାର୍ଯ୍ୟକାରୀ ସଦସ୍ୟ, ବିଭୁପ୍ରସାଦ ପଣ୍ଡା, ବଦ୍ରିନାରାୟଣ ମିଶ୍ର, ଆଲୋକ ରଥ, ବିଘ୍ନେଶ ଅଗ୍ରୱାଲା, ଜିତେନ୍ଦ୍ର ସରାଫ , ପରେଶ ବେହରା, ଗଶେଷ ମହାପାତ୍ର, ହେମନ୍ତ ଚମ୍ପତ୍ତି, ଶେଖ ସାହାଜାହାନ, ଶିବାନନ୍ଦ ସାହୁ ଓ ଉପଦେଷ୍ଟା ଶ୍ରିନିବାସ ଦାନୀ, ଧର୍ମେଶ ନାୟକ ,ଚନ୍ଦ୍ର ମହାରଣା ଓ ଲମ୍ବୋଦର ପୁରୋହିତଙ୍କ ମିଳିତ ଉଦ୍ୟମରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଅଛି ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in