ନ୍ୟୁଜିଲାଣ୍ଡରେ ଦର୍ଶକଙ୍କ ସହିତ ୧୩ରୁ ଆରମ୍ଭ ହେବ ରୁଗବି ଲିଗ

FMODIA.IN 09-06-2020
The Rugby League will start on the 13th with spectators in New Zealand

ନୂଆଦିଲ୍ଲୀ, 09 ଜୁନ : ମହାମାରୀ କରୋନା ଭାଇରସରୁ ମକ୍ତ ହେବା ପରେ ନ୍ୟୁଜିଲାଣ୍ଡରୁ କଟକଣା ହଟାଇ ଦିଆଯାଇଛି । ଏଠାରେ ଲୋକମାନେ ଏକତ୍ର ହୋଇପାରିବେ । ସେଥିପାଇଁ ଏଠାକାର ସରକାର ଓ ସ୍ଥାନୀୟ ପ୍ରଶାସନ ଷ୍ଟାଡିୟମରେ ଖେଳର ଆୟୋଜନ ପାଇଁ ଅନୁମତି ଦେଇଛନ୍ତି ।
ନ୍ୟୁଜିଲାଣ୍ଡରେ ଆସନ୍ତା ୧୩ ତାରିଖ ଠାରୁ ଖେଳ ଆରମ୍ଭ ହେବ । କରୋନା ଭାଇରସ ଲକଡାଉନ ପରେ ଏଠାରେ ରଗବୀ ଲିଗ ଆରମ୍ଭ ହୋଇଯିବ । ପ୍ରଥମ ମ୍ୟାଚ ଦୁନେଦିନରେ ହାଇଲାଣ୍ଡରସ ଓ ଚିଫ୍ସ ମଧ୍ୟରେ ମୁକାବିଲା ହେବ । ଏହି ମ୍ୟାଚ ଦେଖିବା ପାଇଁ ଦର୍ଶକଙ୍କୁ ଅନୁମତି ମିଳିଛି । ଦର୍ଶକମାନେ ବିନା ସାମାଜିକ ଦୂରତା ରକ୍ଷା କରି ଷ୍ଟାଡିୟମରେ ବସିବେ । ନ୍ୟୁଜିଲାଣ୍ଡ୍ ଛୋଟ ଦେଶ ହୋଇଥିଲେ ବି କରୋନା ଭାଇରସର ସଫଳ ମୁକାବିଲା କରିପାରିଛି । ଦେଶରେ ୧୭ ଦିନ ହେବ କୌଣସି ନୂଆଁ କରୋନା ପଜିଟିଭ ଚିହନଟ ହୋଇ ନାହାନ୍ତି । କିନ୍ତୁ ଦେଶରେ କରୋନା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଷ୍ଟାଡିୟମରେ ଯେଉଁମାନେ ଉପସ୍ଥିତ ରହିବେ, ସରକାର ସେମାନଙ୍କର ତଥ୍ୟ ରଖିବେ । ଚଳିତ ମାସରେ ସ୍ପେନ, ଇଂଲଣ୍ଡ ଓ ଇଟାଲୀରେ ମଧ୍ୟ ଅନେକ ଲିଗ ମ୍ୟାଚ ଆରମ୍ଭ ହେବ । କିନ୍ତୁ ଏହି ଦେଶଗୁଡ଼ିକରେ ବିନା ଦର୍ଶକରେ ମ୍ୟାଚ ଅନୁଷ୍ଠିତ ହେବ ।
ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡରେ ମୋଟ ୧ ହଜାର ୫୦୪ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ । ଏଥିରୁ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।