ବିଶ୍ୱ ଲଉଡ଼ି ଦିବସ ପାଳିତ

FMODIA.IN 06-06-2020

ଭୁବନେଶ୍ୱର : - ପବିତ୍ର ସ୍ନାନପୂର୍ଣ୍ଣିମା ଓ ମହାପୁରୁଷ ଅଚ୍ୟୁତାନନ୍ଦ ଗୋସ୍ୱାମୀଙ୍କ ନିର୍ବିକଳ୍ପ ଶୂନ୍ୟସମାଧି ଦିବସରେ ପ୍ରତି ଗୋପାଳ ଅଚ୍ୟୁତାନନ୍ଦଙ୍କ ପଦ୍ମବନପୀଠ ନେମାଳରେ ଲଉଡ଼ି ଖେଳିବାର ବିଧାନ ବହୁ ପୂର୍ବରୁ ରହିଆସିଥିଲା । ଚଳିତ ବର୍ଷ କରୋନା ସଂକ୍ରମଣ ଦୃଷ୍ଟିରୁ ଭକ୍ତମାନେ ନେମାଳ ଯିବାକୁ ବଂଚିତ ହୋଇଛନ୍ତି । ସ୍ନାନପୂର୍ଣ୍ଣିମାକୁ ଉତ୍କଳ ଯାଦବ ମହାସଭା ତରଫରୁ ବିଶ୍ୱ ଲଉଡ଼ି ଦିବସ ଭାବେ ପାଳନ କରିବାକୁ ନିଷ୍ପତି ନିଆଯାଇ ରାଜ୍ୟର ପ୍ରତ୍ୟେକ ଅଂଚଳର ଯାଦବମାନେ ସାମାଜିକ ଦୂରତା ଅବଲମ୍ବନ କରି ସାମାଜିକ ଗଣମାଧ୍ୟମରେ ଲଉଡ଼ି ପୋଷ୍ଟ କରି ନିଜ ନିଜ ମଧ୍ୟରେ ଭାବ ବିନିମୟ କରି ଅଚ୍ୟୁତାନନ୍ଦ ଗୋସ୍ୱାମୀଙ୍କୁ ଭକ୍ତିପୂତ ପ୍ରଣତି ଜଣାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିପାଇଁ ଉତ୍କଳ ଯାଦବ ମହାସଭା ତରଫରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇ ଆଗାମୀ ବର୍ଷରୁ ଏହାକୁ ଗ୍ରାମାଂଚଳରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ପାଳନ କରାଯିବ ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।