BIG NEWS
ପରିବାରର ୪ ସଦସ୍ୟଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ରାଜ୍ୟରେ ବଢିବ ତାପମାତ୍ରା
Breaking News

ସ୍କୁଲ ବୁଲି ଦେଖିଲେ ଓ ମଧ୍ୟାହ୍ନ ଭୋଜନ ଖାଇଲେ ଆର ଏମ ସି କମିଶନର

FMODIA.IN 12-02-2020
RMC commissioner visits Rourkela school

ରାଉରକେଲା,୧୨ଫେବୃଆରୀ - ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା ଆଜି ନିକଟସ୍ଥ ବିଦ୍ୟୁତ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ପହଁଚି ଥିଲେ । ସେଠାରେ ସେ ଶିକ୍ଷକ ମାନେ ପଢାଉଥିବା ବେଳେ ମଧ୍ୟ ଉପସ୍ଥିତ ରହି ପାଠ ପଢା ଶୈଳୀକୁ ପରଖିଥିଲେ । ପରେ ପିଲାଙ୍କୁ କିଛି ପ୍ରଶ୍ନ ପଚାରିବା ସହ ସେମାନଙ୍କ ପୋଷାକ ଜୋତା ,ଆଦିକୁ ଟିକିନିଖି କରି ଦେଖିଥଲେ । ସେଠାରେ କେତେ ଶିକ୍ଷକ ରହିଛନ୍ତି ଓ ସ୍କୁଲ ର ସମସ୍ୟା କଣ ସବୁ ରହିଛି ପ୍ରଧାନ ଶିକ୍ଷକଙ୍କୁ ପଚାରି ବୁଝିବା ସହ ଏସବୁ କୁ ନେଇ ପୁର୍ବରୁ ଉପରିସ୍ଥ ଅଧିକାରୀଙ୍କୁ ଜଣା ଯାଇଛିକି ନାହିଁ,ଜଣାଯିବା ପରେ କାମକେତେ ହୋଇଛି ସେସବୁକୁ ପଚାରି ବୁଝିଥିବା ଖବର ମିଳିଛି । ବିଦ୍ୟାଳୟରେ ପିଲାମାନଙ୍କ ସୁରକ୍ଷାକୁ ନେଇ ସେ ବିଦ୍ୟାଳୟ ଚାରିପଟେ ବୁଲିଦେଖିଥିଲେ । ପରେ ପିଲାଙ୍କୁ ଦିଆ ଯାଉଥିବା ମଧ୍ୟାହ୍ନ ଭୋଜନକୁ ପିଲାଙ୍କ ସହ ବସି ଖାଇଥିଲେ । ଶ୍ରୀ ପରିଡାଙ୍କ ସହ ମହାନଗର ନିଗମର ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ ମଧ୍ୟ ଉପସ୍ଥିତ ରହିଥିଲେ ।

ସମ୍ବନ୍ଧିତ ଖବର

ମୁଖ୍ୟ ଖବର

ଆପଣଙ୍କ ଅଞ୍ଚଳର ଖବର ପଠାନ୍ତୁ

ଫଟୋ ଓ ଭିଡିଓ ଥିଲେ ହ୍ବାଟସ ଅପ ନମ୍ବର9337933340ରେ ପଠାନ୍ତୁ ଆମର ମେଲ ଆଇଡି:news@fmodia.in